ନୀଳାଚଳ ଇସ୍ପାତ ନିଗମ କର୍ମଚାରୀ ମାନଙ୍କ ଦରମା ପ୍ରଦାନ ପାଇଁ ଚିଠି ଲେଖିଲେ ସୁକିନ୍ଦା ବିଧାୟକ

ଯାଜପୁର: ଯାଜପୁର ଜିଲ୍ଲା ର କଳିଙ୍ଗନଗର ଶିଳ୍ପ ଅଞ୍ଚଳରେ ଥିବା ନୀଳାଚଳଇ ସ୍ପାତ ନିଗମ କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ ଙ୍କର ପତ୍ର ଆଶା ର ସଂଚାର କରିଛି । ନିଳାଚଳ ଇସ୍ପାତ ନିଗମର କର୍ମଚାରୀ ଓ ଶ୍ରମିକଙ୍କୁ ୭ମାସର ଦରମା ଦେବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ଭିତ୍ତିଭୂମି,ଖଣି ଲିଜ୍ ଏବଂ ଉଚ୍ଚକୁଟୀର ମାନବ ସମ୍ବଳ ଥିବାନୀଳା ଚଳ ଲାଭ ପ୍ରଦାନକାରୀ ସଂସ୍ଥା SA ବା RNIL ଅଥବା NMDCରେ ବିଲୟ କରି ପୁନଃଋଦ୍ଧାର କରିବାକୁ ବିଧାୟକ ଘଡ଼ାଇ,ଶିଳ୍ପ ଏବଂ ଖଣି ଓ ଇସ୍ପାତ ସଚିବଙ୍କୁ ପତ୍ର ଲେଖିଛନ୍ତି। ସୂଚନା ଯୋଗ୍ୟ ଯେ ଉକ୍ତ କାରଖାନାର ଶ୍ରମିକ ଓ କର୍ମଚାରୀ ମାନେ ଦରମା ନପାଇ ଭୋକ ଉପବାସ ରେ କାଳତିପାତନ କରୁଛନ୍ତି । କ୍ଷତି ଦର୍ଶାଇ ବନ୍ଦ କରି ଦେବା କେତେ ସମୁଚୀନ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଉକ୍ତ କାରଖାନା ର ନିଜସ୍ୱ ଖଣି ରହିଛି ଏକଦା ଲାଭ କରୁଥିଲା ପରିଚାଳନା ତ୍ରୁଟି ଯୋଗୁ ଏପରି ଅବସ୍ଥା ସୃଷ୍ଟି ହେଲା । ଏହି ଇସ୍ପାତ କାରଖାନା ବିଜୁ ବାବୁ ଙ୍କର ସ୍ୱପ୍ନ ଥିଲା ମୁଖ୍ୟ ମନ୍ତ୍ରୀ ନବୀନ ବାବୁ ହସ୍ତକ୍ଷେପ କରିବା ପାଇଁ ଶ୍ରମିକ ଓ କର୍ମଚାରୀ ମାନଙ୍କ ପକ୍ଷରୁ ଦାବି କରାଯାଉଛି ।

LEAVE A REPLY

Please enter your comment!
Please enter your name here