34.1 C
Bhubaneswar
Thursday, March 28, 2024
Homeଓଡିଶାସରୀସୃପଙ୍କ ଵାସସ୍ଥଳୀ ପାଲିଟିଛି ନୀଳାଚଳ ଇସ୍ପାତ କାରଖାନା

ସରୀସୃପଙ୍କ ଵାସସ୍ଥଳୀ ପାଲିଟିଛି ନୀଳାଚଳ ଇସ୍ପାତ କାରଖାନା

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ନୀଳାଚଳ କାରଖାନା ୧ବର୍ଷ ହେବ ବନ୍ଦ ଯୋଗୁ କାରଖାନାରେ ଗୁଳ୍ମ ଜଙ୍ଗଲରେ ପରିଣତ ହେଲାଣି ଓ କାରଖାନାର ସଂପୂଣ୍ଣ ଅଞ୍ଚଳରେ ଘାସ ମାଡି ଯାଇଛି । ସରୀସୃପଙ୍କ ଵାସସ୍ଥଳୀରେ ପରିଣତ ହୋଇଛି । ରକ୍ଷଣାବେକ୍ଷଣ ଅଭାବଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହି କାରଖାନା ରାଷ୍ଟୀୟ ଉଦ୍ୟୋଗ ଦ୍ୱରା ପରିଚାଳିତ । ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନା । ବିଗତ ଦିନମାନଙ୍କରେ କାରଖାନା ଲାଭ କରି ସୁନାମ ଅର୍ଜନ କରି ଥିଲା ପିଇଗି ଆଇରନ ଉତ୍ପାଦନ କରି ଦେଶ ବିଦେଶକୁ ରପ୍ତାନି କରି ସୁନାମ ଅର୍ଜନ କରିଥିଲା । କାରଖାନାର ସଂପ୍ରାସରଣ କରିବା ପାଇଁ ଯୋଜନା ହୋଇଥିଲା । ଏହାର ନିଜସ୍ୱ ଖଣି ରହିଛି । କାରଖାନାର ପରିଚାଳନା ତ୍ରୁଟି ଯୋଗୁ ଲାଭ ପରିବର୍ତ୍ତେ କ୍ଷତି ହେଲା। ଏଥିପାଇଁ ଦାହି କିଏ ତଦନ୍ତ କରାନଯାଇ କାରଖାନାର କେନ୍ଦ୍ର ସରକାର କ୍ୟାବିନେଟରେ କାରଖାନାର ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ପାଇଁ ନିଷ୍ପତି ନେଲେ । ରାଜ୍ୟ ସରକାର ମଧ୍ୟ ଚୁପ ରହିଲେ । ମିଳିତ ନୀଳାଚଳ ବଞ୍ଚାଓ ପକ୍ଷରୁ ଆନ୍ଦୋଳନ ଅଦ୍ୟାବଧି ଚାଲୁରହିଛି । ସରକାର ପୁଞ୍ଜିପତି ମାନଂକୁ ବିକ୍ରି କରିବା ପ୍ରୟାସ ଜାରି ଜାରି ରଖିଛନ୍ତି ଓ 8200କୋଟିରେ ଶାଗ ମାଛ ଦାମରେ ବିକ୍ରି କରିବାକୁ ମସୁଧା ଚଳାଇଛନ୍ତି । ୧୫ଶହ ସ୍ଥାନୀୟ କର୍ମଚାରୀ ଓ ୧୬ଶହ ରୁ ଉର୍ଦ୍ଧ ଠିକାଶ୍ରମିକ ପ୍ରତ୍ୟେକ ଓ ପରୋକ୍ଷ ପ୍ରୟ 10ହଜାର ପାରିବାର ଭବିଷ୍ୟତ ଅନିଶ୍ଚିତ ହେବ । 9ମାସ ହେଳା କର୍ମଚାରୀ ଦରମା ପାଇ ନାହାନ୍ତି ଭୋକ ଉପାସରେ କାଳତିପାତ କରୁଛନ୍ତି । ୩ଜଣ ଲୋକ ପରିବାର ପୋଷଣ ନକରିବାରୁ ଆତ୍ମହତ୍ୟା କରିଛନ୍ତି । ତଥାପି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଦଭାଙ୍ଗୁ ନାହଁ । ଅଧିକାଂଶ କର୍ମଚାରୀ ପେଟ ପୋଷିବା ପାଇଁ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି । ନୀଳାଚଳକୁ ବଞ୍ଚାଓ ପାଇଁ ମିଳିତ ଟ୍ରେନ ୟୁନିଅନ ପକ୍ଷରୁ ଅନ୍ଧୋଲନ ଜୋରଦାର କରାଯିବ ବୋଲି ବିଦ୍ୟାଧର ମହାନ୍ତି, ପ୍ରଫୁଲ୍ଲ ନାୟକ. ବାବୁଲି ପୁର୍ତ୍ତୀ ରଞ୍ଜନ ନାୟକ ପ୍ରମୁଖ ଓଏନ ଖବରକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking