27.8 C
Bhubaneswar
Friday, April 19, 2024
HomeUncategorizedହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ବାର୍ତା

ହୋଲି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ବାର୍ତା

ଭୁବନେଶ୍ୱର: ଆସନ୍ତାକାଲି ରଂଗ ଓ ଆନନ୍ଦର ପର୍ବ ହୋଲି । ଏଥିପାଇଁ ସମସ୍ତେ ଉତ୍ସାହିତ ଅଛନ୍ତି । ହେଲେ ଚଳିତ ଥର ହୋଲି ଉପରେ ଫିକା ରଂଗ ମାଡ କରିଛି ଆତ୍ମଘାତୀ ଭାଇରସ୍ କରୋନା । ଯାହା ପାଇଁ ଏବେ ସାରା ବିଶ୍ୱ ଚିନ୍ତିତ । ଗୋଟିଏ ପଟେ କୋରୋନା ଭାଇରସ । ଆଉ ଗୋଟିଏ ପଟେ ହୋଲି । ଲୋକମାନେ ଏବେ ବି ଦ୍ୱନ୍ଦରେ ଅଛନ୍ତି ହୋଲି ଖେଳିବେ କି ନାହିଁ । ଏସବୁକୁ ବାଦ୍ ଦେଲେ ରଂଗ । ଯାହା ଅଧିଂକାଶ ସମୟରେ ଚାଇନାରୁ ଆସିଥାଏ । ସେଥିପାଇଁ ଏବେ ରଂଗ ବଜାର ଖାଁ ଖାଁ । କରୋନା ଭାଇରସରୁ ଦୂରେଇ ହୋଲି ଖେଳିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ନିକୁଞ୍ଜ ଧଳ ସଚେତନା ବାର୍ତା ଦେଇଛନ୍ତି । ସେ କହିଛନ୍ତି, ଗୋଷ୍ଠୀଗତ ଭାବେ ରଂଗ ଖେଳନ୍ତୁ ନାହିଁ । ବହୁତ ଲୋକ ଥିବା ସ୍ଥାନରେ ଖାଦ୍ୟ ଖାଆନ୍ତୁ ନାହିଁ । ଯଦି ଆପଣଙ୍କୁ ଥଣ୍ଡା, କାଶ କିମ୍ବା ଛିଙ୍କ ହେଉଥାଏ, ତେବେ ଆଦୌ ହୋଲି ଖେଳ ଖେଳନ୍ତୁ ନାହିଁ । ନିଜ ପରିବାର ଭିତରେ ହିଁ ରଂଗ ଖେଳନ୍ତୁ । ହାତ ମିଳାନ୍ତୁ ନାହିଁ ଓ ଆଲିଙ୍ଗନ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking