38.1 C
Bhubaneswar
Tuesday, April 23, 2024
Homeଓଡିଶାରଜ ପାଇଁ ରାତ୍ରିକାଳୀନ କର୍ଫ୍ୟୁ କୋହଳ

ରଜ ପାଇଁ ରାତ୍ରିକାଳୀନ କର୍ଫ୍ୟୁ କୋହଳ

ଭୁବନେଶ୍ୱର:  ଆସନ୍ତାକାଲି ରାତ୍ରୀକାଳିନ କର୍ଫୁ ହେବ ସାମାନ୍ୟ କୋହଳ । ଏନେଇ ସୂଚନା ମିଳିଛି ।  ଆଗକୁ ଆସୁଛି ରଜ । ସେଥିପାଇଁ ସମସ୍ତଙ୍କୁ ରଜ ପର୍ବର ପୂର୍ବ ପ୍ରସ୍ତୁତି କରିବା ପାଇଁ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କେବଳ ଶୁକ୍ରବାର ଦିନ ଅର୍ଥାତ ୧୨ ତାରିଖ ଦିନ ଏହାକୁ କୋହଳ କରାଯାଇଛି । ରଜ ପର୍ବ ପାଇଁ ସରକାର କର୍ଫ୍ୟୁ କଟକଣା କୋହଳ କରିଛନ୍ତି । ଶୁକ୍ରବାର ଦିନ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ ରାତ୍ରିକାଳିନ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ଜାରି କରାଯାଇଛି । ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ନେଇ ଏସଆରସି ସୂଚନା ପ୍ରଦାନ କରିଛନ୍ତି ।
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଉ ୧୩୬ଜଣ କେରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୧୩୪ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଓ ୨ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାର କରୋନାରୁ ସତର୍କ ରହିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଏହାସହ ସମସ୍ତଙ୍କୁ କରୋନା ରୁ ରକ୍ଷା ପାଇବା ପାଇଁ ସତର୍କ ମଧ୍ୟ କରାଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking