19.1 C
Bhubaneswar
Saturday, November 23, 2024
Homeଓଡିଶାବିଧାନସଭାରେ ଏନ୍‌ଆଇସି ଟିିମ୍‌; ପରଖିଲେ କମ୍ପ୍ୟୁଟରୀକରଣ ସ୍ଥିତି

ବିଧାନସଭାରେ ଏନ୍‌ଆଇସି ଟିିମ୍‌; ପରଖିଲେ କମ୍ପ୍ୟୁଟରୀକରଣ ସ୍ଥିତି

ଭୁବନେଶ୍ୱର: ଚଳିତ ମାସ ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ତାହା ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ହେଲେ ବିଧାନସଭା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ହେବ । ବିଧାନସଭାର ମୌସୁମୀ ଅଧିବେସନ ପୂର୍ବରୁ ଜାତୀୟ ବିଜ୍ଞାନ କେନ୍ଦ୍ର ବା ଏନ୍‌ଆଇସିର ଟିମ୍ ସଦସ୍ୟ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ଟିମ୍ ସଦସ୍ୟମାନେ ହେଉଛନ୍ତି ଏନ୍‌ଆଇସିର ରାଜ୍ୟ ସଂଯୋଜକ ରଚନା ଶ୍ରୀବାସ୍ତବ, ଡିଡିଜି ତଥା ଏସ୍‌ଆଇଓ ଡ. ଅଶୋକ କୁମାର ହୋତା, ଡିଡିଜି ତଥା ଏଏସ୍‌ଆଇଓ ଡ. ଆର କେ ଦାଶ ଓ ସିନିଅର ଡାଇରେକଫ୍‌ର (ଆଇଟି) କପିଲ କୁମାର ଶର୍ମା । ଏମାନେ ‘ନେଭା’ ଆପ୍ କାର୍ଯ୍ୟକାରିତା ସହ ଓଡ଼ିଶା କମ୍ପ୍ୟୁଟରୀକରଣର ସ୍ଥିତି ପରଖିଛନ୍ତି । ଗୁରୁବାର ଏନ୍‌ଆଇସିର ଟିମ୍ ସଦସ୍ୟମାନେ ପହଞ୍ଚିବାପରେ ବିଧାନସଭାର ସଚିବ ଦାଶରଥି ଶତପଥୀ ସେମାନଙ୍କୁ ବିଧାନସଭା ବୁଲି ଦେଖାଇଥିଲେ ।

ଟିମ ସଦସ୍ୟମାନେ ବିଧାନସଭାରେ ବୁଲି ସ୍ଥିତି ପରଖିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସଂଯୋଜକ ରଚନା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୯ରେ ଏନ୍‌ଆଇସି ପକ୍ଷରୁ ଇ-ବିଧାନ ଆପ୍ଲିକେସନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଓଡ଼ିଶା ବିଧାନସଭାରେ ଆମେନିଟିଜ୍ କମିଟିର ସଦସ୍ୟ ଥିବା ବିଧାୟକମାନେ ନେଭା ଆପ୍ଲିକେସନ୍‌ର ପ୍ରୟୋଗ ସଂପର୍କିତ ଆବଶ୍ୟକୀୟ ପ୍ରଶିକ୍ଷଣ ନେଇଛନ୍ତି । କାରଣ ଭାରତ ସରକାରଙ୍କ ଏହା ହେଉଛି ଏକ ମିଶନ ମୋଡ୍ ପ୍ରକଳ୍ପ । ଖୁବ୍‌ଶୀଘ୍ର ଏହା ମାଧ୍ୟମରେ ଓଡ଼ିଶା ସମେତ ଦେଶରେ ସଂସଦ ସମେତ ସମସ୍ତ ବିଧାନସଭାକୁ ପେପରଲେସ୍ ପ୍ରକ୍ରିୟାରେ ପରିଚାଳନା କରାଯିବ । ସେଥିପାଇଁ ଓଡ଼ିଶା ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ନିର୍ଦ୍ଦେଶକ୍ରମେ ‘ନେଭା’ର ସଫଳ କାର୍ଯ୍ୟକାରିତା ପାଇଁ ତିନୋଟି କମିଟି ଗଠନ କରାଯାଇଛି । ଏହାଦ୍ୱାରା ପ୍ରଶିକ୍ଷଣ ନେଉଥିବା ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କାର୍ଯ୍ୟପ୍ରଣାଳୀ ଆହୁରି ସରଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking