39.4 C
Bhubaneswar
Thursday, April 18, 2024
Homeଅପରାଧପୁଣି ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

ପୁଣି ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ

ନୂଆ ଦିଲ୍ଲୀ : ପୁଣି ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ଅକ୍ଷୟ। ପୂର୍ବରୁ ଅକ୍ଷୟର ରାଜକ୍ଷମା ଖାରଜ ଖାରଜ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ଥର ଆବେଦନର ସମ୍ପୂର୍ଣ ତଥ୍ୟ ଦିଆଯାଇନଥିବା କହି ପୁଣି ଥରେ ରାଜକ୍ଷମା ଆବେଦନ କରିଛି ଦୋଷୀ ଅକ୍ଷୟ । ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ଦୋଷୀ ପଓ୍ଵନ କୁମାର ଗୁପ୍ତା ଆଜି ନିଜର କ୍ୟୁରେଟିଭ୍‌ ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଜାଣିବାକୁ ମିଳିଛି। ଏଥିସହ ସେ ଜାରି ହୋଇଥିବା ମୃତ୍ୟୁ ପରୱାନା ଉପରେ ରହିତାଦେଶ ଜାରି କରିବା ଲାଗି ଆବେଦନ କରିଛି। ପଓ୍ଵନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ନିଜର କ୍ୟୁରେଟିଭ୍‌ ପିଟିସନ୍‌ରେ ତା’ର ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି।
ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅପରାଧରେ ସଂପୃକ୍ତ ୪ ଅପରାଧୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି ହୋଇ ସାରିଥିବା ବେଳେ ଦୋଷୀ ମାନେ ଫାଶୀ କୁ ରୋକିବା କୁ କୋଣସି ଚାଲ ଛାଡୁନଥିବା ଦେଖିବାକୁ ମିଳୁଛି । ଏନେଇ ଫାଶୀ ହେବ କି ନା ତାକୁ ନେଇ ଆଶଙ୍କା ଦେଖା ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking