26.1 C
Bhubaneswar
Friday, March 29, 2024
Homeଓଡିଶାମା' ମଙ୍ଗଳାଙ୍କ ନିଆଁ ଗାଡ଼ ଯାତ୍ରା ନିରାଡ଼ମ୍ବରରେ ପାଳିତ

ମା’ ମଙ୍ଗଳାଙ୍କ ନିଆଁ ଗାଡ଼ ଯାତ୍ରା ନିରାଡ଼ମ୍ବରରେ ପାଳିତ

ନୟାଗଡ଼ : ନିରାଡ଼ମ୍ବରରେ ପାଳିତ ହେଲା ମା ମଙ୍ଗଳାଙ୍କ ନିଆଁ ଗାଡ଼ ଯାତ୍ରା । ଫିକା ପଡିଲା ମାଙ୍କ କୋଠି, ସାଜ ସଜା ନାହିଁ, ସାଂସ୍କୃତିକ କାର୍ଯ୍ୟକ୍ରମ ନାହିଁ । ଯେଉଁଠାରେ ଜନସାଧାରଣଙ୍କ ଗହଳି ଲାଗି ରହୁଥିଲା ସେଠାରେ ଜନସାଧାରଣଙ୍କୁ ଦେଖିବାକୁ ମିଳିନଥିଲା । କରୋନା କଟକଣା ଭିତରେ ଉଦଯାପିତ ହେଲା ନିଆଁ ଗଡ଼ ଯାତ୍ରା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି 32 ବର୍ଷ ହେଲା ଯାତ୍ରା କରିଆସୁଥିବା ନଡ଼ିଆଳି ଗ୍ରାମପଂଚାୟତ ର ନଡ଼ିଆଳି ଗ୍ରାମରେ । ସଖାଳୁ ପାଟଭଗତା ଓ ପୂଜକଙ୍କ ଦ୍ୱାରା ରୀତି ନୀତି କରାଯାଇ ଦଶହରା ଠାରୁ କୁମାରପୁର୍ନମି ପର୍ଯ୍ୟନ୍ତ ବ୍ରତ ଓ ମାନସିକ ରଖିଥିବା ଭକ୍ତଙ୍କୁ ନେଇ ମା ଙ୍କ ନିକଟରେ ପୂଜାଅର୍ଚନା କରି ପ୍ରାୟ ସାତ ହାତର ନିଆଁ ଗାଡ଼ରେ ଅଗ୍ନି ସଂଯୋଗ କରି ମାନସିକ ଧାରିଙ୍କୁ ଅଗ୍ନି ପରୀକ୍ଷା କରାଇଥିଲେ। ପ୍ରଶାସନିକ କଟକଣା ରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । କରୋନା ସମୟ ରେ ଯାତ୍ରା ସଫଳ ହୋଇଥିବାରୁ ଗ୍ରାମବାସୀଙ୍କ ସହ ସଭାପତି ଜୟକୃଷ୍ଣ ପ୍ରଧାନ ଓ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking