31.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶାରେ ପଜେଟିଭ ହାର ଦେଶରେ ସର୍ବନିମ୍ନ

ଓଡିଶାରେ ପଜେଟିଭ ହାର ଦେଶରେ ସର୍ବନିମ୍ନ

ଭୁବନେଶ୍ୱର: ଦେଶରେ ଏବେ କରୋନା ପଜେଟିଭ ସଂଖ୍ୟା ଦୃତ ବେଗରେ ବୃ୍‌ଦ୍ଧି ପାଉଥିବା ବେଳେ ଓଡିଶାରେ ଏହା ଅନ୍ୟ ତୁଳନାରେ ସର୍ବନିମ୍ବ ରହିଥିବା ଆଜି ସୂଚନା ପ୍ରଦାନ କରିଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଓଡିଶାବାସୀଙ୍କ ଶୃଙ୍ଖଳା ଓ ଅନୁଶାସନ ପାଇଁ ଏହା ଅପେକ୍ଷାକୃତ କମ୍ ରହିଛି ବୋଲି ସେ କହିଛନ୍ତି । ଭାରତରେ ପଜିଟିଭ ହାର ୫ ପ୍ରତିଶତ ରହିଥିବା ବେଳେ ଓଡିଶାରେ ମାତ୍ର ୧.୦୮ ପ୍ରତିଶତ ରହିଛି । ଦିଲ୍ଲୀରେ ପଜେଟିଭ ହାର ଦେଶରେ ସର୍ବାଧିକ ୧୧ ପ୍ରତିଶତ ରହିଥିବା ସେ କହିଛନ୍ତି । ତେବେ ଲୋକଙ୍କ ତ୍ୟାଗ ଅନୁଶାସନ ପାଇଁ କରୋନା ସଂକ୍ରମଣରେ ରୋକ୍ ଲାଗିଛି । ଲକ୍ଷଣ ନଥାଇ ଅନେକ ବ୍ୟକ୍ତି କରୋନା ପଜେଟିଭ ବାହାରିଥିବା ସେ କହିଛନ୍ତି । କୌଣସି ଲକ୍ଷଣ ନଥାଇ ୩ ଶହ ଲୋକଙ୍କ ଟେଷ୍ଟ କରାଯାଇଥିଲା । ସେଥିରୁ ୪ ପଜିଟିଭ ମିଳିଲା । ସାମାଜିକ ଦୂରତ୍ୱ ସହ ସବୁ ପ୍ରତିଶେଧ ବ୍ୟବସ୍ଥା ପାଇଁ କହିଛନ୍ତି ଶାଲିନୀ ପଣ୍ଡିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking