26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗନବ ବଧୁହତ୍ୟା ନା ଦୁର୍ଘଟଣା

ନବ ବଧୁହତ୍ୟା ନା ଦୁର୍ଘଟଣା

ଢେଙ୍କାନାଳ : ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଚନ୍ଦନ ବଜାର ଜୟ ଗୋପାଳ ସାହି ଠାରେ ଏକ ନବ ବଧୁ ନିଆଁରେ ପୋଡି ହୋଇଥିବାର ଦେଖିବାକୁ ମିଳିଛି। ଶରୀର ସଂପୂର୍ଣ୍ଣଭାବେ ପୋଡି ହୋଇ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହା ହତ୍ୟା ନା ଦୁର୍ଘଟଣା ଏବେ ମଧ୍ୟ ଜଣାପଡିନାହିଁ । ଗତ ଡିସେମ୍ବର ମାସରେ ମୂରଲିଧର ଦଳେଇଙ୍କ ଏକ ମାତ୍ର ପୁତ୍ର ମୁକେଶ ଦଳେଇ(ନାକୁ)ର ଗଁଦିଆ ଥାନା ସନ୍ଥପୁର ନିବାସୀ ମଙ୍ଗୁଳୁଦେହୁରୀଙ୍କ କନ୍ୟା ବିଦ୍ୟୁଲତା ଦେହୁରୀଙ୍କ ସହିତ ବୈଦିକ ରିତିରେ ବିବାହ କାର୍ଯ୍ୟ କରାଯାଇଥିଲା ।

ବିବାହ ମୁତାବକ ଯାନିଯୌତୁକ ମଧ୍ୟ ଦିଆଯାଇଥିଲା । ହେଲେ କାନ୍ଥରେ ଲେଖାଯାଇଥିବା ନାମ ଫଳକ ଏବେ ଚକ୍ ଚକ୍ ଦେଖାଯାଉଥିବାବେଳେ ନବ ବଧୁର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବିଦ୍ୟୁଲତାଙ୍କ ବାପା ଝିଅ ମୋର ଭଲରେ ଶାଶୁ ଘରେ ଥିଲା ବୋଲି କହିଛନ୍ତି । ଟାଉନଥାନା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି ।ଶବକୁ ବ୍ୟବଛେଦ ପରେ ଘଟଣାର କାରଣ ଏବଂ ଏହା ହତ୍ୟା ନା ଦୁଘଟଣା ଜଣାପଡିବା ବୋଲି ପୋଲିସ ପ୍ରକାଶ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking