35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଲଣ୍ଡନରେ ନବଜାତ ଶିଶୁ କରୋନା ସଂକ୍ରମିତ

ଲଣ୍ଡନରେ ନବଜାତ ଶିଶୁ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଏକ ନବଜାତ ଶିଶୁକୁ କରୋନା ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି। ଜନ୍ମ ହେଉ ହେଉ ତା’ ଶରୀରରେ ଏହି ଭାଇରସ୍‍ ଚିହ୍ନଟ ହୋଇଛି। ଏହି ଶିଶୁ ଦୁନିଆର ସବୁଠାରୁ କମ୍‍ ବୟସ୍କ କରୋନା ସଂକ୍ରମିତ। ଶୁକ୍ରବାର ରାତିରେ ଲଣ୍ଡନର ଏକ ହସ୍ପିଟାଲରେ ଏହି ଶିଶୁ ଜନ୍ମ ହୋଇଥିଲା। ଏବେ ମାଆ ଓ ଶିଶୁ ଉଭୟଙ୍କର ଅଲଗା ଅଲଗା ଡାକ୍ତରଖାନାରେ ଚିକିତ୍ସା ଚାଲିଛି।ସୂଚନା ଅନୁସାରେ, ଶିଶୁର ମାଆକୁ ନିମୋନିଆ ଆଶଙ୍କାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା
ଶିଶୁର ମାଆ କରୋନା ସଂକ୍ରମିତ ବୋଲି ଡାକ୍ତରମାନେ ଜାଣିବା ପରେ ତୁରନ୍ତ ଶିଶୁର ପରୀକ୍ଷଣ କରିଥିଲେ। ଏହାପରେ ଜଣାପଡ଼ିଥିଲା ଶିଶୁ ମଧ୍ୟ କରୋନା ସଂକ୍ରମିତ। ନର୍ଥ ମିଡିଲ୍‌ସେକ୍ସ ହସ୍ପିଟାଲ ମାନେ ଯେଉଁଠି ଶିଶୁ ଜନ୍ମ ହୋଇଥିଲା ସେହି ଠାରେ ଏବେ ଶିଶୁର ଚିକିତ୍ସା ଚାଲିଥିବା ବେଳେ ମାଆ ବିଶେଷ ସଂକ୍ରାମକ ରୋଗ ହସ୍ପିଟାଲରେ ଚିକିତ୍ସିତ। ଯେଉଁ ହସ୍ପିଟାଲରେ ଶିଶୁ ଜନ୍ମ ନେଇଛି ଓ ପ୍ରସବ ସମୟରେ ଯେଉଁ କର୍ମଚାରୀମାନେ ଉପସ୍ଥିତ ଥିଲେ, ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ଓ କରୋନା ପରୀକ୍ଷଣ କରାଇ ନେବାକୁ ହସ୍ପିଟାଲ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତେବେ ନବଜାତ ଭାଇରସ୍‍ ଦ୍ୱାରା କେମିତି ସଂକ୍ରମିତ ହେଲା, ଗର୍ଭରୁ ନା ଜନ୍ମ ସମୟରେ ସେ ବିଷୟରେ ଜାଣିବାକୁ ଡାକ୍ତରମାନେ ଚେଷ୍ଟା ଚଳାଇଛନ୍ତି।
https://onakhabar.com/2020/03/15/coronavairus-chaina/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking