34.1 C
Bhubaneswar
Friday, March 29, 2024
Homeଖେଳଟି-୨୦ ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ

ଟି-୨୦ ସିରିଜ୍ ଜିତିଲା ନ୍ୟୁଜିଲାଣ୍ଡ

ଡବ୍‌ଲିନ: ମିଚେଲ୍ ସାଣ୍ଟନର୍ ଏବଂ ଡାରିଲ୍ ମିଚେଲ୍‌ଙ୍କ ଅପରାଜିତ ଶତକୀୟ ପାର୍ଟନର୍‌ଶିପ୍ ବଳଦରେ ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ୮ ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ କ୍ଲିନ୍‌ସ୍ୱିପ୍ କରିଛି । ନେଦରଲାଣ୍ଡର୍ ୧୪୭/୮ ସ୍କୋର୍ ଜବାବରେ ସାଣ୍ଟନର୍ କ୍ୟାରିୟର୍ ବେଷ୍ଟ୍ ଅପରାଜିତ ୭୭ ରନ୍ ଏବଂ ମିଚେଲ୍‌ଙ୍କ ଅପରାଜିତ ୫୧ ରନ୍ ସହାୟତାରେ ନ୍ୟୁଜିଲାଣ୍ଡ୍ ୬ ଓଭର୍ ବାକିଥାଇ ୨ ୱିକେଟ୍ ବିନିମୟରେ ୧୪୯ ରନ୍ କରି ବିଜୟୀ ହୋଇଥିଲା । ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍ ୧୬ ରନ୍‌ରେ ବିଜୟୀ ହୋଇଥିଲା । ଓପ୍ନର୍ ମାର୍ଟିନ୍ ଗୁପ୍ତିଲ୍ ୨ ରନ୍‌ରେ ଆଉଟ୍ ହେବାପରେ ସାଣ୍ଟନର୍ ଦ୍ୱିତୀୟ ଓଭର୍‌ରେ କ୍ରିଜ୍‌କୁ ଆସିଥିଲେ ଏବଂ ପ୍ରଥମ ବଲ୍‌ରେ ଟିମ୍ ପ୍ରିଙ୍ଗ୍‌ଲେଙ୍କ ଛକା ମାରିଥିଲେ । ପରବର୍ତ୍ତୀ ଓଭର୍‌ରେ ଫିନ୍ ଆଲେନ୍ (୧୩) ଆଉଟ୍ ହେବା ପରେ ସାଣ୍ଟନର୍‌ଙ୍କ ସହ ମିଚେଲ୍ ଯୋଗ ଦେଇଥିଲେ । ଉଭୟ ୬୫ ବଲ୍‌ରେ ୧୨୩ ରନ୍ ଯୋଡ଼ିଥିଲେ । ସାଣ୍ଟନର୍ ତାଙ୍କର ପ୍ରଥମ ଟି-୨୦ ଅର୍ଦ୍ଧଶତକ ମାତ୍ର ୨୯ ବଲ୍‌ରେ କରିଥିଲେ । ତେବେ ଏହା ମଧ୍ୟରେ ସେ ୪୩ ଏବଂ ୫୬ ରନ୍ କରିଥିବା ବେଳେ ଦୁଇଟି ଜୀବନଦାନ ପାଇଥିଲେ । ୧୪ତମ ଓଭର୍‌ରେ ମିଚେଲ୍ ଚୌକା ମାରି ଟିମ୍‌କୁ ବିଜୟୀ କରାଇଥିଲେ । ଏହି ଓଭର୍‌ରେ ସେ ଦୁଇଟି ଛକା ଏବଂ ଗୋଟିଏ ଚୌକା ସମେତ ମୋଟ ୧୮ ରନ୍ କରିଥିଲେ । ଏହା ସହିତ ନ୍ୟୁଜିଲାଣ୍ଡ ଗତ ମେ ମାସରୁ ଆରମ୍ଭ କରିଥିବା ୟୁରୋପ ଗସ୍ତ ଶେଷ କରିଛି । ଏହି ଗସ୍ତରେ ପୂର୍ବରୁ ଟିମ୍ ଇଂଲଣ୍ଡ, ଆୟର୍ଲାଣ୍ଡ୍ ଏବଂ ସ୍କଟ୍‌ଲାଣ୍ଡ୍ ବିପକ୍ଷରେ ସିରିଜ୍ ଖେଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking