26.1 C
Bhubaneswar
Friday, March 29, 2024
Homeଖେଳନ୍ୟୁଜିଲାଣ୍ଡର ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ

ନ୍ୟୁଜିଲାଣ୍ଡର ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ

କ୍ରାଏଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡ ସରକାର କୋଭିଡ୍‌-୧୯ ସମ୍ବନ୍ଧୀତ କଟକଣା କାରଣରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଖେଳାଳିଙ୍କୁ ଅନିବାର୍ଯ କ୍ୱାରେଣ୍ଟାଇନ୍‌ରୁ ରିହାତି ଦେବାକୁ ମନା କରିବାରୁ ନ୍ୟୁଜିଲାଣ୍ଡର ଅଷ୍ଟ୍ରେଲିଆ ଗସ୍ତ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଗସ୍ତ ଅବସରରେ ଜାନୁଆରୀ ୩୦ରୁ ଫେବୃଆରୀ ୮ ତାରିଖ ମଧ୍ୟରେ ତିନିଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିବାର ଥିଲା। ତେବେ ଖେଳାଳି ନ୍ୟୁଜିଲାଣ୍ଡ ଫେରିପାରିବା କେଯଣସି ଗ୍ୟାଣ୍ଟେି ନଥିବାରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି ।

କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ୍ ଓମିକ୍ରମ୍‌ର ଲହରକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ସରକାର ୧୦ ଦିନର କଡ଼ା କ୍ୱାରେଣ୍ଟାଇନ୍ ନିୟମ ଲାଗୁ କରିଛନ୍ତି । ଫଳରେ ଖେଳାଳିଙ୍କୁ କେବେ ସ୍ୱଦେଶ ଫେରିବା ଅନୁମତି ମିଳିବ ସେ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଗ୍ୟାରେଣ୍ଟି ଦେବା ସ୍ଥିତି ନାହିଁ। ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ‘ଟିମ୍‌ର ନ୍ୟୁଜିଲାଣ୍ଡ୍ ପ୍ରତ୍ୟାବର୍ତ୍ତନରେ ଅନିଶ୍ଚିତା କାରଣରୁ ବ୍ଲାକ୍ କ୍ୟାପ୍ସର ଜାନୁଆରୀ ୨୪ରୁ ଫେବୃଆରୀ ୯ ମଧ୍ୟରେ ନିର୍ଦ୍ଧାରିତ ଅଷ୍ଟ୍ରେଲିଆ ଗସ୍ତ ଆଗାମୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି ।’

ଏହି ଗସ୍ତ ପାଇଁ ଟିମ୍ ଘୋଷଣା କରାଯାଇ ନଥିବା ବେଳେ ଖେଳାଳିମାନଙ୍କୁ ପ୍ରଥମେ ସୋମବାର ଅଷ୍ଟ୍ରେଲିଆ ଯାତ୍ରା କରିବାର ଥିଲା । ତେବେ ଆସନ୍ତା ମାସରେ ସାଉଥ୍ ଆଫ୍ରିକାର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ୍ ପକ୍ଷରୁ କୁହାଯାଇଛି । ଏହି ଗସ୍ତ ଅବସରରେ ସାଉଥ୍ ଆଫ୍ରିକା ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ପ୍ରଥମ ମ୍ୟାଚ୍ ଫେବୃଆରୀ ୧୭ରୁ କ୍ରାଏଷ୍ଟଚର୍ଚ୍ଚରେ ଏବଂ ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨୫ରୁ ୱେଲିଂଟନ୍‌ରେ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking