34.1 C
Bhubaneswar
Thursday, March 28, 2024
Homeଓଡିଶାଲାଖ ସାମଗ୍ରୀ ଦେଖିବା ପାଇଁ ନ୍ୟୁୟର୍କରୁ ଆସିଲେ ପର୍ଯ୍ୟଟକ 

ଲାଖ ସାମଗ୍ରୀ ଦେଖିବା ପାଇଁ ନ୍ୟୁୟର୍କରୁ ଆସିଲେ ପର୍ଯ୍ୟଟକ 

 
ନବରଙ୍ଗପୁର : ନବରଙ୍ଗପୁରର ଲାଖ ଶିଳ୍ପ ବିଶ୍ୱ ଦରବାରରେ ପହଁଚିପାରିଛି । ଲାଖ ଶିଳ୍ପ ଓ ସାମଗ୍ରୀ ଦେଖିବା ପାଇଁ ସୁଦୂର ନ୍ୟୁୟର୍କରୁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ନବରଙ୍ଗପୁର ସହରର ଶଙ୍ଖାରୀ ସାହିରେ ରହୁଥିବା ଲାଖ ଶିଳ୍ପୀଙ୍କ କଳାକୃତି ସେମାନଙ୍କୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି । ନ୍ୟୁୟର୍କର ସୁଶାନ ଲୁସିନ, ୟୁଏସଏର ଡ଼ୋରୀ ଫିଲ୍ଡବର୍ଗଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗର ଗାଇଡ୍ ଭାବେ ସଞ୍ଜୟ କୁମାର ମିଶ୍ର ଶଙ୍ଖାରୀ ସାହିରେ ଥିବା ଲାଖ କାରିଗରମାନଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ । ବିଦେଶୀ ପର୍ଯ୍ୟଟକଙ୍କୁ ଦୁଇଜଣ ଲାଖ କାରିଗର ଅମ୍ବିକାରାଣୀ ପାତ୍ର ଓ ମାୟାରାଣୀ ପାତ୍ର ଲାଖରେ ତିଆରି ହେଉଥିବା ସାମଗ୍ରୀମାନ ତିଆରି କରି ଦେଖାଇଥିଲେ । ବିଦେଶୀ ପର୍ଯ୍ୟଟକ ଲାଖରେ ତିଆରି ହେଉଥିବା ସାମଗ୍ରୀମାନ ଦେଖି ବିମୋହିତ ହୋଇଥିଲେ ।
ପର୍ଯ୍ୟଟକମାନେ ଲାଖରେ ପ୍ରସ୍ତୁତ କଳସ, ୧ ସେଟ୍ ଲାଖରେ ତିଆରି ପେଡ଼ି, ପଇଡ଼ ସମେତ ବିଭିନ୍ନ ପ୍ରକାରର ଜିନିଷ ପସନ୍ଦ କରିବା ସହ କିଣି ନେଇଥିଲେ । ଲାଖଶିଳ୍ପୀ ପ୍ରଭାତି ପାତ୍ର, କାଳୀଚରଣ ପାତ୍ର, ତ୍ରିପୁରାରୀ ପାତ୍ରଙ୍କଠାରୁ ଲାଖ କାରୁକାର୍ଯ୍ୟ ବିଷୟରେ ପଚାରିବୁଝିଥିଲେ । ଲାଖ କାରୁକାର୍ଯ୍ୟ ଅତ୍ୟନ୍ତ ମନଲୋଭା ଓ ଉନ୍ନତି ବୋଲି ପର୍ଯ୍ୟଟକମାନେ ପରିଦର୍ଶକ ଖାତାରେ ମନ୍ତବ୍ୟ ଲେଖିଥିଲେ ।
ନବରଙ୍ଗପୁରର ଲାଖରେ ତିଆରି ସାମଗ୍ରୀ ଗତ ହକି ବିଶ୍ୱକପରେ ଅତିଥିମାନଙ୍କୁ ଉପହାର ଦିଆଯାଇଥିଲା । ଲାଖ ଶିଳ୍ପ ବିଶ୍ୱ ଦରବାରରେ ବେଶ୍ ଆଦୃତ ହେଉଥିବାରୁ ଏହାକୁ ପର୍ଯ୍ୟଟନର ମାନ୍ୟତା ଯୋଗାଇଦେବାକୁ ମଙ୍ଗଳା ପ୍ରସାଦ ପାତ୍ର କହିବା ସହ ଆବଶ୍ୟକ ପରିମାଣର କଞ୍ଚା ମାଲ ମିଳିଲେ ଅଧିକରୁ ଅଧିକ ଲାଖରେ ତିଆରି ସାମଗ୍ରୀମାନ ପ୍ରସ୍ତୁତ ହୋଇପାରନ୍ତା ବୋଲି ଶ୍ରୀ ପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking