39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବନ୍ୟା ପାଇଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ବନ୍ୟା ପାଇଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ନ୍ୟୁୟର୍କ : ତୋଫାନ୍ ‘ଆଇଡା’ ପ୍ରଭାବରୁ ଗୁରୁବାର ଦିନ ପ୍ରବଳ ବୃଷ୍ଟିପାତ ହେତୁ ଆକସ୍ମିକ ବନ୍ୟା ଆସିବାରୁ ନ୍ୟୁୟର୍କ ଏବଂ ପଡ଼ୋଶୀ ପ୍ରଦେଶ ନ୍ୟୁଜର୍ସିରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଟୁଇଟ୍‌ କରି ନ୍ୟୁୟର୍କ ଗଭର୍ଣ୍ଣର୍‌ ଜେନେରାଲ୍‌ କ୍ୟାଥି ହୋକୁଲ୍‌ କହିଛନ୍ତି, ଆଜିର ରାତିର ତୋଫାନରେ ପ୍ରଭାବିତ ନ୍ୟୁୟର୍କବାସୀଙ୍କୁ ସହାୟକ ହେବା ପାଇଁ ମୁଁ ରାଜ୍ୟ ଜରୁରୀ ପରିସ୍ଥିତି ଘୋଷଣା କରୁଛି।

ରବିବାର ଦିନ ତୋଫାନ୍ ‘ଆଇଡା’ ୪ର୍ଥ ବର୍ଗର ‘ହରିକେନ୍‌’ ଭାବେ ଦକ୍ଷିଣାଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକା ପ୍ରବାହିତ ହୋଇ ଉତ୍ତର ଆଡ଼କୁ ଗତି କରିବା ବେଳେ ଚକ୍ରବାତ ଓ ବନ୍ୟା ସୃଷ୍ଟି କରିଥିଲା। ନ୍ୟୁୟର୍କ ସହରରେ ‘ଆକସ୍ମିକ ବନ୍ୟା’ ହେବ ବୋଲି ପାଣିପାଗ ବିଭାଗ ଘୋଷଣା କରିବାର କିଛି ସମୟ ପରେ ଉପରୋକ୍ତ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏଭଳି ସତର୍କ ସୂଚନା ଜାରି ହେବା ନ୍ୟୁୟର୍କରେ ପ୍ରଥମ ଘଟଣା। ସୁଡ଼ଙ୍ଗ ମଧ୍ୟକୁ ପ୍ରବଳ ଜଳରାଶି ପ୍ରବେଶ କରିବାରୁ ନ୍ୟୁୟର୍କ ସହରର ପ୍ରାୟ ସମସ୍ତ ଭୂତଳ ରେଳ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ସହରରେ ବିମାନ ଚଳାଚଳ ମଧ୍ୟ ବାଧା ପାଇଥିଲା। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମାତ୍ର ଘଣ୍ଟାକରେ ସେଣ୍ଟ୍ରାଲ୍‌ ପାର୍କରେ ୩ ଇଞ୍ଚ୍‌ରୁ ଅଧିକ ବୃଷ୍ଟିପାତ ହୋଇଥିଲା। ବୁଧବାର ସନ୍ଧ୍ୟାରେ ‘ଜାତୀୟ ପାଣିପାଗ ସେବା’ ଫିଲାଡେଲ୍‌ଫିଆର ପଶ୍ଚିମାଞ୍ଚଳରୁ ନିଉ ଜର୍ସି ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ଅନ୍ୟୂନ ୫ଟି ଆକସ୍ମିକ ବନ୍ୟା ସତର୍କସୂଚନା ଜାରି କରିଥିଲା। ତୋଫାନ ‘ଆଇଡା’ ଯୋଗୁଁ ସମୁଦାୟ ୭ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ରିପୋର୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking