31.1 C
Bhubaneswar
Friday, March 29, 2024
Homeଓଡିଶାପୁରିଲା କଣ୍ଟ : ରାତି ପାହିଲେ କଡା କଡ଼ି ହେବ ଟ୍ରାଫିକ ନିୟମ

ପୁରିଲା କଣ୍ଟ : ରାତି ପାହିଲେ କଡା କଡ଼ି ହେବ ଟ୍ରାଫିକ ନିୟମ

ଭୁବନେଶ୍ୱର : ଗାଡ଼ି ଚାଳକଙ୍କୁ ଆଉ ମାତ୍ର ୨୪ ଘଣ୍ଟାର ମହଲତ । ଗାଡି ଚାଳକଙ୍କ ପାଇଁ ୬ମାସର କଣ୍ଟ ଆଜି ପୂରଛି । ମଟର ଯାନ ଆଇନ କୋହଳର ଡେଡଲାଇନ ସରିବା ସମୟରେ ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଅଫସରେ ଲାଗିଛି ଲମ୍ବା ଲାଇନ । ରାତି ପହିଲେ ପୁଣି ରାଜ୍ୟରେ କଡ଼ାକଡ଼ି ହେବ ନୂଆ ଟ୍ରାଫିକ୍ ନିୟମ । ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ସଂଶୋଧିତ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । କିନ୍ତୁ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଗଜପତ୍ର ପ୍ରସ୍ତୁତ ପାଇଁ ୩ ମାସ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଣି କାଗଜପତ୍ର ପାଇଁ ଆଉ ୩ମାସର ସମୟ ଦିଆଯାଇଥିଲା।
ନୂଆ ମୋଟର ଯାନ ଆଇନ କୋହଳ ସମୟ ସରିବା ଶେଷ ମୂହୂତ୍ତରେ ଗାଡ଼ି କାଗଜପତ୍ର କରାଇବା ପାଇଁ ଲୋକଙ୍କ ମଧ୍ୟରେ ପୁଣି ତତ୍ପରତା ଆସିଛି । ଆରସି, ଡିଏଲ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ଠିକ୍ କରାଇବାକୁ ର।ଜ୍ୟର ସମସ୍ତ ଆରଟିଓ ଅଫସ ଆଗରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଟ୍ରାଫିକ ନିୟମଭାଙ୍ଗିଲେ ମାର୍ଚ୍ଚ ପହିଲାରୁ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ ପାଖରେ ନୂଆ ମୋଟର ଯାନ ଆଇନ ଅନୁସାରେ ଆବଶକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ଭରିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ, ୨ଚକିଆ ଯାନ ଆରୋହୀ ହେଲମେଟ, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ରାତି ପାହିଲେ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking