28.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରାଫିକ ଧର ପଗଡ ଜୋରଦାର : ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ

ଟ୍ରାଫିକ ଧର ପଗଡ ଜୋରଦାର : ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ବି ଜୋରଦାର ଚାଲିଛି ଟ୍ରାଫିକ୍ ଧର ପଗଡ । ପରିବହନ ବିଭାଗ ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କରି ଉଭୟ ଗାଡ଼ିକୁ ୨୫ ହଜାର ୫ଶହ ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ୍ ନ ଥିବାରୁ ଗାଡ଼ିକୁ ଫାଇନ୍ କରାଯାଇଛି । ଗାଡ଼ି ଦୁଇଟିର ରେଜିଷ୍ଟ୍ରେସନ୍ ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବାରୁ ୫ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ୍ ନ ଥିବାରୁ ୧୦ ହଜାର ଟଙ୍କାର ଚାଲାଣ କଟାଯାଇଛି ।
ଅନ୍ୟପଟେ, ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଆଜିଠୁ ଅସଲ ତନଖି ଆରମ୍ଭ ହୋଇଛି । ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବଢ଼ିଛି । ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ଟ୍ରାଫିକ୍ ଚେକିଂକୁ ଅଧିକ କଡ଼ାକଡ଼ି କରାଯାଇଥିବା ଜଣାଯାଇଛି । ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଚେକିଂ । ତେବେ ରଙ୍ଗରୁଟରେ ଗାଡ଼ି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ୍ କରିଥିବା ଟ୍ରାଫିକ ପୁଲିସ ଆଜି ଦ୍ୱିତୀୟ ଦିନରେ ତିନିଜଣିଆ ଗାଡ଼ିରେ ବସିବା ଓ ମୋବାଇଲରେ ଗପିବା ଉପରେ ଫୋକସ୍ କରୁଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking