40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବଲାଙ୍ଗୀରରେ ଯୋଗ ଦେଲେ ନୂତନ ଉପ ଜିଲ୍ଲାପାଳ

ବଲାଙ୍ଗୀରରେ ଯୋଗ ଦେଲେ ନୂତନ ଉପ ଜିଲ୍ଲାପାଳ

ବଲାଙ୍ଗୀର: ଆଜି ବଲାଙ୍ଗୀର ର ନୂତନ ଉପ ଜିଲ୍ଲାପାଳ ଭାବେ ସୁଧାକର ନାଏକ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜସ୍ୱ ଆଦାୟ କିଭଳି ଅଧିକ ହେବ ସେ ଉପରେ ଦୃଷ୍ଟି ଦେବା ସହିତ ପିଡିଏସ ବ୍ୟବସ୍ଥା କିଭଳି ସୂଚାରୁ ରୂପେ ଚାଳିବ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିବ ସେ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲ ି ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ତେବେ ବଲାଙ୍ଗୀରରେ ଚାଲିଥିବା ଜବର ଦଖଲ ଉଚ୍ଛେଦ ସମ୍ପର୍କରେ ପଚରାଯିବାରୁ , ସ୍ଥିତି ଅନୁଧ୍ୟାନ କରିବା ପରେ ସେ ଏ ସମ୍ପର୍କରେ କହିବେ ବୋଲି କହିଥିଲେ । ବଲାଙ୍ଗୀର ର ଉନ୍ନତି ପାଇଁ ସମସ୍ତଙ୍କୁ ନେଇ ସେ କାମ କରିବେ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ , ପୂର୍ବରୁ ୩ ବର୍ଷ ଧରି ଶ୍ରୀ ନାଏକ ଟିଟିଲାଗଡ ଉପ ଜିଲ୍ଲାପାଳ ଭାବେ କାମ କରିଥିବା ବେଳେ ନିକଟରେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ତାଙ୍କୁ ବଦଳି କରାଯାଇଥିଲା । ସେଠାରୁ ତାଙ୍କୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଅଧିକାରୀ ଭାବେ ପଠା ଯାଇଥିଲା । ଅପର ପକ୍ଷରେ ବଲାଙ୍ଗୀରରେ ଅବସ୍ଥାପତି ଥିବା ଉପ ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ରଙ୍କୁ ରାଜ୍ୟ ସରକାର ଗତ ୪ ତାରିଖରେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚାରଣ କରିଥିବା ମାମଲାରେ ନିଲମ୍ବନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking