28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗମାଲକାନଗିରି ଜିଲ୍ଲା ଆଇ.ଟି.ଆଇ. ଛାତ୍ରଙ୍କ ନୂତନ ସାନିଟାଇଜର ମେସିନର ଉଦ୍ଭାବନ

ମାଲକାନଗିରି ଜିଲ୍ଲା ଆଇ.ଟି.ଆଇ. ଛାତ୍ରଙ୍କ ନୂତନ ସାନିଟାଇଜର ମେସିନର ଉଦ୍ଭାବନ

ମାଲକାନଗିରି: କୋରନା କୁ ଦୃଷ୍ଟି ରେ ରଖି ଆଜି ମାଲକାନଗିରି ଜିଲ୍ଲା ଆଇ.ଟି.ଆଇ କଲେଜ ର ଛାତ୍ର ଶ୍ରୀମାନ ବିପ୍ଳବ ଚକ୍ରବର୍ତ୍ତୀ,ଗ୍ରାମ:- ଏମ.ଭି:- ୦୭ ଏକ ନୂତନ ସାନିଟାଇଜର ମେସିନ ଉଦ୍ଭାବନ କରି ଜିଲ୍ଲାରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି । ଯେଉଁଠି ସମ୍ପୁର୍ଣ୍ଣ ଦେଶ ଏବେ ମହାମାରୀ କୋରନା ସହିତ ଲଢ଼େଇ ଜରି ରଖିଛନ୍ତି, ସେଇଠି ମାଲକାନଗିରି ଜିଲ୍ଲା ପାଇଁ ଏକ ଖୁସିର ଖବର ଆଣିଦେଇଛନ୍ତି ବିପ୍ଳବ ଙ୍କ ବିପ୍ଲବୀ ଉଦ୍ଭାବନ । ଉକ୍ତ ମେସିନ ଟି ଉଭୟ ବିଦ୍ୟୁତ ଓ ବ୍ୟାଟେରୀ ଦ୍ୱାରା ଚାଲିଥାଏ ଏହା ଏକ ସେନ୍ସର ସାନିଟାଇଜର ମେସିନ ଯାହା ବିନା ସଂସ୍ପର୍ଶରେ ସାନିଟାଇଜ କରିଥାଏ, ଉକ୍ତ ମେସିନ ର ମୂଲ୍ୟ ପାଖାପାଖି ୫୦୦ ରୁ ୬୦୦ ଭିତରେ ରଖା ଯାଇଛି । ଏହି ମେସିନର ବ୍ୟବହାର ସାଧାରଣତଃ ଗହଳି ପୂର୍ଣ ଜାଗା ଯଥା:- ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ବାସ ଷ୍ଟାଣ୍ଡ ଭଳି ବହୁ ଜଣ ଗହଳି ଜାଗା ରେ ଏହା ବ୍ୟବହାର କରାଯାଇ ପାରିବ । ଏହି ବିଷୟରେ ଲୋକଙ୍କ ନଜରକୁ ଆଣିବା ପାଇଁ ମାଲକାନଗିରି ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ଅଧିକାରୀ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରାଇଥିଲେ । ସେଠାରେ ଏହି ନୂତନ ସାନିଟାଇଜର ମେସିନର ଡେମୋ ଦେଖିବାକୁ ମିଳିଥିଲା,ଏହି ମେସିନ ତିଆରିରେ ସେ ସରକାର ଙ୍କ କିଛି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି, ଯାହା ଫଳରେ ସେ ଏହି ମେସିନ କୁ ସ୍ୱଳ୍ପ ମୁଲ୍ୟ ରେ ସମସ୍ତ ଙ୍କ ନିକଟରେ ପହଞ୍ଚାଇ ପାରିବେ । ମାଲକାନଗିରି ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ତଥା ସରକାରୀ ସ୍ତରରେ ମଧ୍ୟ ତାଙ୍କର ଏହି ନୂତନ ସାନିଟାଇଜର ମେସିନର ଉଦ୍ଭାବନ କୁ ବହୁ ପ୍ରସଂସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking