26.7 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗସରକାରୀ କର୍ମଚାରୀ ଏବେ ସାବଧାନ , ଭୁଲ କଲେ କାର୍ଯ୍ୟକାଳ ଆଗରୁ ହେବେ ବିଦା!

ସରକାରୀ କର୍ମଚାରୀ ଏବେ ସାବଧାନ , ଭୁଲ କଲେ କାର୍ଯ୍ୟକାଳ ଆଗରୁ ହେବେ ବିଦା!

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦୁର୍ନୀତି ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କ ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଯଦି ଠିକ ସେ କାର୍ଯ୍ୟ କରୁନଥିବେ ଏବଂ ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହେବେ ତେବେ ସେମାନଙ୍କ ଥିବା ପଦବୀରୁ ତୁରନ୍ତ ବିଦା କରାଯିବ । ସେମାନେ କେତେ ବର୍ଷ କାର୍ଯ୍ୟ କରିଛନ୍ତି ଓ ସେମାନଙ୍କ ବୟସ ଯେତିକି ବି ହେଉ ତାହା ବିଚାରବିମର୍ଶ କରାଯିବ ନାହିଁ । ଯାହା ବି ହେଉ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୃହତ୍ତର ରାଷ୍ଟ୍ରୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ବିଭାଗରେ କାର୍ଯ୍ୟ କରୁଥିବା ୫୦ରୁ ୫୫ବର୍ଷ ବୟସର କର୍ମଚାରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କ କାର୍ଯ୍ୟ କୁଶଳତା ଓ କାର୍ଯ୍ୟ ସମ୍ପର୍କରେ ତାଙ୍କର କିପରି ପ୍ରଦର୍ଶନ ରହୁଛି ତାହା ସମୀକ୍ଷା କରାଯାଉ । ଏହା ପ୍ରତି ୩ମାସରେ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ଏହାସହ ଏଥିପାଇଁ ଏକ କମିଟି ଗଠନ କରାଯିବା ନେଇ ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking