27.1 C
Bhubaneswar
Thursday, April 25, 2024
Homeକରୋନା୨୪ ଘଣ୍ଟାରେ ୬୧,୫୩୭ ନୂଆ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ୬୧,୫୩୭ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୧,୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦, ୮୮,୬୧୧କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୪୨,୫୧୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪,୨୭,୦୦୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୬,୧୯,୦୮୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୬ହଜାର ୭୯୨, ଦିଲ୍ଲୀରେ ୪ହଜାର ୫୯ଜଣ, ଗୁଜୁରାଟରେ ୨୫୮୩, ତାମିଲନାଡ଼ୁରେ ୪୫୭୧, ଉତ୍ତରପ୍ରଦେଶରେ ୧୯୧୮, ପଶ୍ଚିମବଙ୍ଗରେ ୧୯୦୨, ମଧ୍ୟପ୍ରଦେଶରେ ୯୪୬, ରାଜସ୍ଥାନରେ ୭୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking