33.1 C
Bhubaneswar
Thursday, April 25, 2024
Homeଓଡିଶାବିଡିଏର ନୋଟିସ୍ : ପ୍ଲଟ୍ ପାଇ ଗୃହ ନିର୍ମାଣ ନକଲେ କାର୍ଯ୍ୟାନୁଷ୍ଠାନ

ବିଡିଏର ନୋଟିସ୍ : ପ୍ଲଟ୍ ପାଇ ଗୃହ ନିର୍ମାଣ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ ଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ହିତାଧିକାରୀଙ୍କ ପାଇଁ ବିଡିଏ ନୋଟିସ୍ ଜାରି କରିଛି । ଜମି ବା ପ୍ଲଟ୍ ପାଇବାର ୫ ବର୍ଷ ମଧ୍ୟରେ ଗୃହ ନିର୍ମାଣ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନୋଟିସରେ ଉଲ୍ଲେଖ ରହିଛି । ଏପରିକି ଜରିମାନା ଆଦାୟ ଏବଂ ଆବଶ୍ୟକ ସ୍ଥଳେ ଆଲଟମେଣ୍ଟକୁ ରଦ୍ଦ କରାଯିବ । ପ୍ଲଟ୍ ମାଲିକଙ୍କୁ ବିଡିଏ ପକ୍ଷରୁ ଏନ୍‌ଓସି ମଧ୍ୟ ଦିଆଯିବ ନାହିଁ । ବିଡିଏର ୧୩୯ତମ ଅଥରୀଟି ବୈଠକରେ ଏଭଳି କଡ଼ା ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଡିଏ ସଚିବ କବୀନ୍ଦ୍ର କୁମାର ସାହୁ ।

ବିଡିଏରୁ ପ୍ଲଟ ହାତେଇବା ପରେ ଗୃହ ନିର୍ମାଣ ନକରି ପରବର୍ତ୍ତୀ ସମୟରେ ଅଧିକ ମୂଲ୍ୟରେ ବିଲଡରଙ୍କୁ ଉକ୍ତ ପ୍ଲଟ୍ ବିକ୍ରି ହେଉଥିବା ଘଟଣା ବିଡିଏର ନଜରକୁ ଆସିଛି । ୨୦୧୨ରୁ ଅନେକ ବ୍ୟକ୍ତି ବିଡିଏ ଠାରୁ ଆବଣ୍ଟନରେ ପ୍ଲଟ ପାଇବା ପରେ ବାରମ୍ବାର ନୋଟିସ୍ ପାଇ ମଧ୍ୟ ବେଖାତିର କରିଛନ୍ତି । ପ୍ରପର୍ଟି ମେନେଜମେଣ୍ଟ ଆଲଟମେଣ୍ଟ ରେଗୁଲେସନ ୨୦୧୫ ଏବଂ ବିଡିଏ ଲ୍ୟାଣ୍ଡ ଡିସପୋଜାଲ ଆଣ୍ଡ ଆଲଟମେଣ୍ଟ ରେଗୁଲସନ ୨୦୧୫ ଆଧାରରେ ବିଡିଏ ଏଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବ । ଆସନ୍ତା ମାର୍ଚ୍ଚ ୩୧ତାରିଖ ୨୦୨୨ ସୁଦ୍ଧା ଆବଣ୍ଟନ ଜରିଆରେ ବିଡିଏରୁ ହାତେଇଥିବା ଜମି ବା ପ୍ଲଟ୍ ମାଲିକଙ୍କୁ ଗୃହ ନିର୍ମାଣ ପାଇଁ ସମୟ ଧାର୍ଯ୍ୟ କରିଛି ବିଡିଏ । ତେବେ କୋଭିଡ୍ କଟକଣା ଯୋଗୁଁ ଆଲଟମେଣ୍ଟ ପାଇ ବିଦେଶରେ ଥିବା ବ୍ୟକ୍ତିଙ୍କ ପାଇଁ ବିଡିଏ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଏକ ବର୍ଷ ସମୟ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking