27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶନୂଆ ସଂସଦ ଭବନ ଉଦ୍‌ଘାଟନ ବିବାଦ; ସମାରୋହରେ ସାମିଲ ହେବେ ୨୫ ଦଳ: କଂଗ୍ରେସ ସମେତ...

ନୂଆ ସଂସଦ ଭବନ ଉଦ୍‌ଘାଟନ ବିବାଦ; ସମାରୋହରେ ସାମିଲ ହେବେ ୨୫ ଦଳ: କଂଗ୍ରେସ ସମେତ ୨୦ ଦଳଙ୍କ ବର୍ଜନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସଂସଦର ନୂଆ ଭବନ ଉଦ୍‌ଘାଟନ ସମାରୋହକୁ କଂଗ୍ରେସ ସମେତ ୨୦ଟି ବିରୋଧୀ ଦଳ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ବିଜେପି ସମେତ ୨୫ଟି ଦଳ ଏଥିରେ ଭାଗ ନେବାକୁ ଘୋଷଣା କରିଛନ୍ତି । ଏହି ଦଳଗୁଡ଼ିକ ମଧ୍ୟରେ ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ), ବିଜେଡି, ଶିରୋମଣି ଅକାଳୀ ଦଳ, ଜେଡିଏସ୍‌, ବିଏସ୍‌ପି, ଏନ୍‌ପିପି, ଏପ୍‌ପିଏଫ୍‌, ଏପ୍‌ଡିପିପି, ଏସ୍‌କେଏମ୍‌, ଜେଜେପି, ଆର୍‌ଏଲ୍‌ଜେପି, ଆର୍‌ପି (ଅଠାୱଲେ), ଅପ୍‌ନା ଦଳ (ଏସ୍‌), ତାମିଲ ମାନିଲା କଂଗ୍ରେସ, ଏଆଇଏଡିଏମ୍‌କେ, ଜେଲୁଗୁ ଦେଶମ୍ ପାର୍ଟି, ୱାଇଏସ୍‌ଆର୍ କଂଗ୍ରେସ, ଆଇଏମ୍‌କେଏମ୍‌କେ, ଆଜ୍‌ସୁ ଏବଂ ଏମ୍‌ଏନ୍‌ଏଫ୍ ଅନ୍ତର୍ଭୁକ୍ତ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ନୂଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା କରାଯିବାକୁ ଦାବି କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅଣଦେଖା କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରିବା ନିଷ୍ପତ୍ତି ଏକ ଗୁରୁତର ଅପମାନ ଏବଂ ଗଣତନ୍ତ୍ର ଉପରେ ସିଧା ଆକ୍ରମଣ ।

ଏହି ବିବାଦ ସମ୍ବିଧାନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି । ବୁଧବାର କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏକ ମିଳିତ ବୟାନ ଜାରି କରାଯାଇ ସଂସଦ ଭବନ ଉଦ୍‌ଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କୁହାଯାଇଛି । ସମାରୋହକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବିରୋଧୀ ଦଳଗୁଡ଼ିକ ମଧ୍ୟରେ କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଶିବସେନା (ଉଦ୍ଧବ), ସମାଜବାଦୀ ପାର୍ଟି, ଆର୍‌ଜେଡି, ସିପିଆଇ, ସିପିଏମ୍‌, କେରଳ କଂଗ୍ରେସ (ମଣି), ଭିସିକେ, ରାଷ୍ଟ୍ରୀୟ ଲୋକ ଦଳ, ଜେଡିୟୁ, ଏନ୍‌ସିପି, ଆଇୟୁଏମ୍‌ଏଲ୍‌, ନାସ୍‌ନାଲ୍ କନ୍‌ଫରେନ୍ସ, ପିଡିପି, ଆର୍‌ଏସ୍‌ପି, ଏଆଇଏମ୍‌ଆଇଏମ୍ ଏବଂ ଏମ୍‌ଡିଏମ୍‌କେ ସାମିଲ ।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦ୍‌ଘାଟନ କରାଯିବାକୁ ନେଇ ଗୁରୁବାର ସୁପ୍ରିମ୍‌କୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ପିଟିସନର୍ ଆଡ୍‌ଭୋକେଟ୍ ଜୟା ସୁକିନ୍ ପିଟିସନ୍‌ରେ କହିଛନ୍ତି, ଲୋକସଭା ସଚିବାଳୟ ରାଷ୍ଟ୍ରପତିଙ୍କୁ ସମାରୋହକୁ ନିମନ୍ତ୍ରଣ ନକରି ସମ୍ବିଧାନର ଉଲ୍ଲଂଘନ କରିଛି । ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସୁପାରିସରେ ତାଙ୍କ ଦ୍ୱାରା ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତ ହୋଇଥାନ୍ତି । ସମ୍ବିଧାନିକ ପଦାଧିକାରୀଙ୍କ ନିଯୁକ୍ତି ଅଧିକାର ଭାରତୀୟ ରାଷ୍ଟ୍ରପତିଙ୍କର ରହିଛି । ଏପରି କ୍ଷେତ୍ରରେ ତାଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦ୍‌ଘାଟନ କରାଯିବା ଉଚିତ । ଏହି ମାମଲାରେ ଲୋକସଭା ସଚିବାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଆଇନ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରାଯାଇଛି । ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହି ପିଟିସନ୍ ଉପରେ ଶୁଣାଣି କରିବେ ।
ରିପୋର୍ଟ ଅନୁସାରେ ମେ ୨୮ ତାରିଖ (ରବିବାର) ସକାଳେ ହୋମ ଏବଂ ପୂଜା ଆୟୋଜନ କରାଯିବ । ଅପରାହ୍ଣ ୧୨ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବନର ଉଦ୍‌ଘାଟନ କରିବେ । ଏହି ଅବସରରେ ସଂସଦ ଭବନର ନିର୍ମାଣ ଯୋଗଦାନ କରିଥିବା ଶ୍ରମିକମାନଙ୍କର ସମ୍ମାନ ମଧ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking