26.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ସଂକ୍ରମଣ ରୋକିବାକୁ ନୂଆ ନିର୍ଦ୍ଦେଶନାମା

କରୋନା ସଂକ୍ରମଣ ରୋକିବାକୁ ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଜି କିଛି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ନୂଆ ନିର୍ଦ୍ଦେଶନାମା ମୁତାବକ ଆଜିଠାରୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଏକତ୍ର ହେବା ମନା । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କରୋନା ସଂପର୍କିତ ବୈଠକକୁ ଛାଡ଼ିଦେଲେ ଅନ୍ୟ ବୈଠକଗୁଡ଼ିକୁ ନିଷିଦ୍ଧ କରାଯାଇଛି । ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ । ଖାଦ୍ୟସାମଗ୍ରୀ ବିକ୍ରୟସ୍ଥଳୀ ଅନ୍ୟାଦେଶ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ, ସମସ୍ତ ବଜାର, ମାର୍କେଟ କମ୍ପ୍ଲେକ୍ସ ଓ ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ହିଁ ବିକ୍ରି ହେବ । ଖାଉଟି ସାମଗ୍ରୀ, ପନିପରିବା, ମାଂସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହିଁ କେବଳ ବଜାର ଖୋଲିବାକୁ ଅନୁମତି ମିଳିବ । ସବୁ ଜିଲ୍ଲାର ଜିଳାପାଳ, ପୁଲିସ ଏସପି, ମୁନିସପାଲ୍ କମିସନରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କ ସାଧାରଣ ପ୍ରଶାସନ ପକ୍ଷରୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅଧିକ ଲୋକ ଏକାଠି ହେଉଥିବା କଫି ସପ, ରେଷ୍ଟୁରାଣ୍ଟ, ବାର ବନ୍ଦ ରହିବ । ଟ୍ୟାକ୍ସି ଓ ଅଟୋ ଦିନେ ଛାଡି ପରିବର୍ତ୍ତିତ ଭାବେ ଚାଲିବ ବୋଲି କୁହାଯାଇଛି ।
କ୍ୟାବିନେଟ ମିଟିଂ, ମନ୍ତ୍ରୀ ସ୍ତରୀୟ ବୈଠକ ଆଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ । ଭିଡିଓ କନଫରେନ୍ସିଂ ସମ୍ଭବ ନହେଲେ ବୈଠକରେ ଯୋଗ ଦେଉଥିବା ଅଧିକାରୀମାନେ ୨ ମିଟର ବ୍ୟବଧାନ ରଖି ବସିବେ ବୋଲି ଶ୍ରୀ ବାଗଚୀ ଘୋଷଣା କରିଛନ୍ତି ।
ସାମ୍ବାଦିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଅତି ଜରୁରୀ ହେଲେ ଯୋଗ ଦେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦିଆଯାଇଛି । ଏସବୁ ସମ୍ମିଳନୀର ସିଧାପ୍ରସାରଣର କମନଫିଡ୍ ଚ୍ୟାନେଲ ମାନଙ୍କୁ ଦିଆଯାଉଛି । ଆହୁରି ମଧ୍ୟ ୟୁଟ୍ୟୁବ , ଫେସବୁକ ଓ ଟ୍ଵିଟରରେ ଲାଇଭ ଷ୍ଟ୍ରିମ କରାଯାଉଛି । ଏହାଛଡ଼ା ଫଟୋ ଓ ପ୍ରେସ ବିଜ୍ଞପ୍ତି ଇ-ମେଲ ମାଧ୍ୟମରେ ପଠାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking