30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟ ସରକାରଙ୍କ ନୂଆ ନିୟମାବଳୀ

ରାଜ୍ୟ ସରକାରଙ୍କ ନୂଆ ନିୟମାବଳୀ

ଭୁବନେଶ୍ୱର : କେନ୍ଦ୍ର ସରକାର ଲକ ଡାଉନ ଅବଧି ବୃଦ୍ଧି କରି କିଛି କୋହଳ ନୀତି ଅବଲମ୍ବନ କରିଛନ୍ତି | ଏହାକୁ ଭିତ୍ତିକରି ରାଜ୍ୟ ସରକାର ଆଜି ନୂଆ ନିୟମାବଳୀ ଜାରି କରିଛନ୍ତି |
 

ରେଡ୍,ଅରେଞ୍ଜ,ଗ୍ରୀନ୍ ଜୋନ୍‌ରେ କ’ଣ ମନା

 
ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଯାତ୍ରୀ ପରିବହନ ସମସ୍ତ ଜୋନ୍‌ରେ ବନ୍ଦ ରହିବ । ପାସେଞ୍ଜର ଟ୍ରେନ୍ ଚଳାଚଳ ସହ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ବସ୍ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ମେଡିକାଲ କାର୍ଯ୍ୟ ବ୍ୟତିତ ଆନ୍ତରାଜ୍ୟ ଯାତ୍ରାୟତ ବନ୍ଦ । ସମସ୍ତ ପ୍ରକାର ସ୍କୁଲ୍ କଲେଜ୍ ଶିକ୍ଷାନୁଷ୍ଠାନ , କୋଚିଙ୍ଗ ସେଣ୍ଟର , ତାଲିମ କେନ୍ଦ୍ର ବନ୍ଦ ରହିବ । କେବଳ ଅନ୍‌ଲାଇନ୍ , ଡିଷ୍ଟାନ୍ସଲରନିଙ୍ଗ୍ ଜାରି ରହିବ। ସିନେମା ହଲ୍‌, ସ୍ପୋର୍ଟସ କଲ୍ପଲେକ୍ସ, ଜିନ୍ମାସିମ୍‌, ପାର୍କ, ଥିଏଟର, ବାର୍ ଅଡିଟୋରିୟମ , ଆସେବ୍ଲି ହଲ୍ ଓ ଏଭଳି ସ୍ଥାନ ସବୁ ବନ୍ଦ ରହିବ ସାମାଜିକ , ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାସ୍କୃତିକ ଧାମିକ, ଓ ଅନ୍ୟ ଲୋକ ସେମାବେସ ହୋଇଥିବା କାର୍ଯ୍ୟକୁ ନିଷେଧ କରାଯାଇଛି । ସମସ୍ତ ଧାର୍ମିକ ସ୍ଥାନ ଓ ପୂଜା ସ୍ଥାନ ସାଧାରଣଙ୍କ ଲୋକଙ୍କ ପାଇଁ ବନ୍ଦ ରହିବ । କୌଣସି ପରିସ୍ଥିତିରେ ଧାର୍ମିୟ ସମାବେଶ ହୋଇପାରିବ ନାହିଁ ।

ରେଡ୍ ଜୋନ୍‌ରେ କ’ଣ କ’ଣ ମନା…

ମଲ୍ ମାର୍କେଟ କମ୍ଫେ୍ଲକ୍ସ, ସହରାଂଚଳ କମ୍ପେ୍ଲକ୍ସେ, ମୁନିସପାଲିଟ ଏରିଆ ଓ କମିଶନରେଟ୍ ଏରିଆ ବନ୍ଦ, ସାଇକେଲ ରିକ୍ସା ଓ ଅଟୋ ରିକ୍ସା ଟ୍ୟାକ୍ସି ଓ କାର୍ ଆନ୍ତଃଜିଲ୍ଲା ବସ୍ ଚଳାଚଳ ବନ୍ଦ । ସେଲୁନ୍‌, ସ୍ପା, ବାରିକ ଦୋକାନ ।

ରେଡ୍ ଜୋନ୍‌ରେ କ’ଣ ସବୁ ଅନୁମତି ନେଇ କରାଯାଇ ପାରିବ….

ଅନୁମତି ନେଇ ଚାରିଚକିଆ ଜାନରେ ଦୁଇ ଜଣ ଯାତ୍ରୀ ଯାଇପାରିବେ । କୌଣସି ପ୍ରକାର ଦୁଇଚକିଆ ଯାନକୁ ଯିବା ପାଇଁ ଅନୁମତି ମିଳିବ ନାହିଁ । ମେଡିକାଲ୍ କାର୍ଯ୍ୟରେ ଓ ରୋଗୀ ନେବା ଆଣିବା ପାଇଁ ପରିବହନ ବିଭାଗର ଅନୁମତି ନେଇ ଚାଲିପାରିବ । ଗ୍ରାମାଂଚଳରେ ସବୁ ପ୍ରକାର ଶିଳ୍ପ କାର୍ଯ୍ୟ କରିବ । ସହରାଂଚଳରେ ଅନୁମତି ନେଇ ନିର୍ଦ୍ଧିଷ୍ଟ ନିର୍ମାଣ କାମ ହୋଇପାରିବ । ଗ୍ରାମଚଂଳରେ ସବୁ ପ୍ରକାର ନିର୍ମାଣ କାମ ଚାଲିପାରିବ । ଅତ୍ୟାବଶ୍ୟକ ସାମଗ୍ରୀ ମାର୍କେଟ ଖୋଲିପାରିବ । ଆବାସିକ ସ୍ଥାନରେ ଦୋକାନ ଖୋଲିପାରିବେ । ଗ୍ରାମାଂଚଳରରେ ମଲ୍ ବ୍ୟତିତ ଅନ୍ୟ ଦୋକାନ ଖୋଲିବ । ସବୁ ଦୋକାନ କେନ୍ଦ୍ରରେ ସାମାଜିକ ଦୂରତା ୬ଫୁଟ୍ ଅବଲମ୍ବନ କରିବା ବାଧ୍ୟ । ଘରୋଇ ଅଫିସ୍ ୩୩ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବେ । କେନ୍ଦ୍ର ସରକାରଙ୍କର ସବୁ ଅଫିସ୍ ଡେପୁଟି ସେର୍କେଟାରୀ ପର୍ଯ୍ୟନ୍ତ ଆସି ପାରିବେ । ଅନ୍ୟ କର୍ମୀମାନଙ୍କ ମଧ୍ୟରୁ ୩୩ପ୍ରତିଶତ ଆସିବେ । ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବିଭାଗର କର୍ମଚାରୀମାନେ ଆସିବେ ।

ଅରେଞ୍ଜ ଜୋନ୍‌ରେ କ’ଣ ସବୁ କରାଯାଇ ପାରିବ କ’ଣ ନକରାଯିବ ..

ଆନ୍ତଃଜିଲ୍ଲା ବସ୍ ଚଳା ଚଳ ବନ୍ଦ । ଟ୍ୟାକ୍ସି ଓ କାର୍ ଚାଲିପାରିବ । ଡ୍ରାଇଭରଙ୍କୁ ଛାଡ଼ି ଦୁଇଜଣ ପ୍ୟାସେଞ୍ଜରୁ ଅଧିକ ଜାଇପାରିବେ ନାହିଁ । ଆନ୍ତଃଜିଲ୍ଲା ପରିବହନ ଅନୁମତି ନେଇ କରାଯିବ । ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ପାଇଁ କୌଣସି କଟକଣା ନାହିଁ ।

ଗ୍ରୀନ୍ ଜୋନ୍‌ରେ କ’ଣ କରାଯିବ ଓ କ’ଣ କରାନଯିବ 

ଆନ୍ତଃଜିଲ୍ଲା ବସ୍ ଚଳା ଚଳ କରାଯାଇପାରିବନି ଏବଂ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନ୍‌ରେ ଯାହା ସବୁ କରାଯାଇ ପାରିବ ନାହିଁ ବୋଲି ମୋଟା ମୋଟି କଟକଣା ରହିଛି ତାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ଏହା ଛଡ଼ା ସାଧାରଣ ଲୋକଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ରହିଛି । ଜରୁରୀ କାର୍ଯ୍ୟ ନଥିଲେ ସନ୍ଧ୍ୟା ୭ରୁ ସକାଳ ୭ପର୍ଯ୍ୟନ୍ତ କେହି ବାହାରକୁ ଯାଇପାରିବେ ନାହିଁ । ଏ ନେଇ ଜିଲ୍ଲାପାଳ,ପୁଲିସ କମିଶନ. ମୁନିସପାଲଟି କମିଶନର ନିର୍ଦ୍ଦେଶାବଳୀ ଜାରି କରିବେ । ଜରୁରୀ କାର୍ଯ୍ୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଛାଡ଼ିଦେଲେ ସବୁ ଜୋନ୍‌ରେ ୬୫ବର୍ଷରୁ ଉର୍ଦ୍ଧ୍ୱ, ଗର୍ଭବତୀ ଓ ୧୦ବର୍ଷରୁ କର୍ମ ଶିଶୁଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ମିଳିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking