27.1 C
Bhubaneswar
Thursday, April 25, 2024
Homeକରୋନାଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ଏସଓପି

ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ଏସଓପି

ଭୁବନେଶ୍ୱର: ଦେଶ ସମେତ ଏବେ ରାଜ୍ୟରେ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ସରକାର ଯେତେ ଚେଷ୍ଟା କଲେ ବି ଏଥିରେ ରୋକ୍ ଲଗାଇ ପାରୁ ନାହାଁନ୍ତି । ଏହାରି ମଧ୍ୟରେ,କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ ଲାଇନ୍। କରୋନା ପାଇଁ ନୂଆ ଔଷଧ TOCILIZUMAB(ଟୋସଲିଜୁମାବ) ଓ ଅନ୍ୟ ଔଷଧ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ପ୍ରୋଟୋକଲ ଜାରି ହୋଇଛି। ଗୁରୁତର ରୋଗୀଙ୍କୁ ଔଷଧ, ଇଞ୍ଜେକ୍ସନ ଦିଆଯାଇପାରିବ।କରୋନା ରୋଗୀଙ୍କୁ ଔଷଧ ଦେବା ନେଇ DCGI ଅନୁମତି ଦେଇଛନ୍ତି।

ସୂଚନା ମୁତାବକ,  ଭେଣ୍ଟିଲେଟରରେ ଥିବା ରୋଗୀ, ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇପାରିବ। ଇଞ୍ଜେକ୍ସନ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ।  ନୂଆ ଔଷଧର ବ୍ୟବହାର ନେଇ ACS ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, CDM ଓ PHOsଙ୍କୁ ଚିଠି ଲେଖିଛନ୍ତି। AIIMS ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, AHPGIC, IGHଙ୍କୁ ମଧ୍ୟ ଚିଠି ହୋଇଛି।

ଏପରିକି ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ, ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking