28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଖୋର୍ଦ୍ଧାରେ ନୂଆ କଟକଣା ଜାରି କଲେ ଜିଲ୍ଲାପାଳ

ଖୋର୍ଦ୍ଧାରେ ନୂଆ କଟକଣା ଜାରି କଲେ ଜିଲ୍ଲାପାଳ

ଖୋର୍ଦ୍ଧା : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧିପାଇାବରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ଛୁଇଁଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୯ରେ ପହଂଚିଥିବା ବେଳ ଏହା ଉପରେ ଅଙ୍କୁଶ ଲଗାଇବାକୁ ଯାଇ ନୂଆ କଟକଣା ଲାଗୁ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ଏହି କଟକଣା କେବଳ ଖୋର୍ଦ୍ଧା ସବଉଡିଭିଜନ୍‌ରେ ଲାଗୁହେବ । ଭୁବନେଶ୍ୱର ମହାନଗର ଏଥିରୁ ବାଦ୍ ପଡ଼ିବ ବୋଲି ଜଣାପଡ଼ିଛି ।  ନୂଆ କଟକଣା ଅନୁଯାୟୀ ଖୋର୍ଦ୍ଧା ସବ୍‌ଡିଭିଜନରେ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଅପରାହ୍ଣ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । କେବଳ େଔଷଧ ଓ ପେଟ୍ରୋଲ ପମ୍ପ ବ୍ୟତିତ ସବୁ ଦୋକାନ ବଜାର ବନ୍ଦ ରହିବ । ଜୁନ୍ ୩୦ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।
https://onakhabar.com/2020/06/16/108-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking