34.1 C
Bhubaneswar
Friday, March 29, 2024
Homeଓଡିଶା୨୦ରୁ ଅଫିସ୍ : ୯ଜିଲ୍ଲାର ସହରାଞ୍ଚଳ ସାମାନ୍ୟ କଟକଣା,ଅନ୍ୟ ଅଞ୍ଚଳରେ ସବୁ ଅଫିସ୍ ନିୟମିତ...

୨୦ରୁ ଅଫିସ୍ : ୯ଜିଲ୍ଲାର ସହରାଞ୍ଚଳ ସାମାନ୍ୟ କଟକଣା,ଅନ୍ୟ ଅଞ୍ଚଳରେ ସବୁ ଅଫିସ୍ ନିୟମିତ ଚାଲିବ

ଭୁବନେଶ୍ୱର : କରୋନା ଲକ୍‌ଡାଉନ୍ ଘୋଷଣା ପରେ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟକାରୀ ହେବା ଉପରେ କେତକ କଟକଣା ଜାରି କରାଯାଇଥିଲା । କେବଳ କ୍ରିଟିକାଲ ବିଭାଗର କର୍ମଚାରୀଙ୍କ ମଧ୍ୟରେ ରୋଟେସନ୍ ଭିତରେ ଆସିବା ପାଇଁ ଅନୁମତି ମିଳିଥିଲା । ଅଣକ୍ରିଟିକାଲ ବିଭିଗ କର୍ମଚାରୀଙ୍କୁ ଆସିବା ପାଇଁ ମନା କରାଯାଇଥିଲା । ବିଶେଷ କରି ବି,ସି ଓ ଡି କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥିଲା । ବର୍ତ୍ତମାନ ସରକାର ଏହି ନିୟମରେ କେତକ ପରିବର୍ତ୍ତନ କରିଛନ୍ତି । ଆସନ୍ତା ୨୦ତାରିଖ ଠାରୁ ସଂଶୋଧିତ ନିୟମ କାର୍ଯ୍ୟକାରୀ ହେବ ଏଥିରେ ଏନକ ନିୟମ କୋହଳ କରାଯାଇଛି । ଗ୍ରୁପ୍ ଏ ଅଫିସର୍‌ମାନେ ସମସ୍ତେ ନିଜ ନିଜର ଅଫିସ୍ ଆସିବେ ବୋଲି ଶନିବାର ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । କ୍ରିଟିକାଲ ବିଭାଗର କର୍ମଚାରୀମାନେ ୫୦ପ୍ରତିଶତ ଓ ଅଣକ୍ରିଟିକାଲ ବିଭାଗର କର୍ମଚାରମାନେ ୩୩ପ୍ରତିଶତ ରୋଟେସନ୍ ଭିତରେ ଆସିବେ । ଏ ନେଇ ବିଭାଗୀୟ ଅଧିକାରୀ ନିର୍ଦ୍ଧାରଣ କରିବେ । ରାଜସ୍ୱ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ,ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା,ପୁରୀ, କଳାହାଣ୍ଡି,ଭଦ୍ରକ ଓ ଯାଜପୁର ଜିଲ୍ଲାର ସହରାଞ୍ଚଳରେ ଥିବା ବୋର୍ଡଅଫ୍ ରେଭିନ୍ୟୁ ଓ ସବ୍‌ରେଜିଷ୍ଟର କାର୍ଯ୍ୟାଳୟର ଗ୍ରୁପ୍ ବି,ସି ଓ ଡି କର୍ମଚାରୀମାନେ ରୋଷ୍ଟର ଭିତ୍ତିରେ ଅଫିସ୍ ଆସିବେ । ଏହାଛଡ଼ା ଏହି ୯ଟି ଜିଲ୍ଲା ସହରାଞ୍ଚଳ ବ୍ୟତିତ ଅନ୍ୟ ସମସ୍ତ ସହର ଓ ଜିଲ୍ଲାରେ ଥିବା ବୋର୍ଡଅଫ ରେଭିନ୍ୟୁ ସମସ୍ତ କାର୍ଯରେ ନିୟମିତ ଅଫିସ୍ ଆସିବେ । ଆର୍‌ଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲ୍ ଓ ଆର୍‌ଆଇ ଅଫିସ୍‌ର ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ଆସିବେ । ଜିଲ୍ଲା ଓ ସବ୍‌ରେଜିଷ୍ଟର ସମସ୍ତ ଷ୍ଟାପ୍ ଭେଣ୍ଡର ୨୦ ତାରିଖରୁ ଅଫିସ୍ ଆସି କାର୍ଯ୍ୟ କରିବେ । ୨୦ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ବେ । ଏଥି ପାଇଁ ସମସ୍ତ କ୍ଷୁଦ୍ର ଖଣିଜ ପଦାର୍ଥ ବାଲିଘାଟ, କ୍ରସର ୟୁନିଟ୍ ଓ କ୍ୱାରୀ ୟୁନିଟ୍ ନିଶ୍ଚିନ୍ତ ଖୋଲା ରହିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରାଜସ୍ୱ ବିପର୍ଯ୍ୟୟ କଲ୍ୟାଣ ପକ୍ଷରୁ ଯେଉଁ ସାମାଜିକ ଦୂରତା ନେଇ ଜାରି କରାଯାଇଥିବା କୋଭିଡ୍‌-୧୯ ନିର୍ଦ୍ଦେଶାବଳିକୁ କାର୍ଯ୍ୟକରିବେ । ଗତମାସ ୨୩ ତାରିଖରେ ଯେଉଁ ସର୍କ୍ୟୁଲାର ଜାରି କରାଯାଇଥିଲା ତାହାକୁ ସଂଶୋଧୀତ କରାଯାଇ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୧୭ତାରିଖରେ କ୍ରିଟିକାଲ ଓ ଅଣ କ୍ରିଟିକାଲ ସେମିକ୍ରିଟିକାଲ ବୀଭାଗ ବିଜ୍ଞପ୍ତି ଜାରି କରାଯାଇଛି । ସେସବୁ କର୍ମଚାରୀଙ୍କ ପାଇଁ ଗାଇଡ୍‌ଲାଇନ୍ ମଧ୍ୟ ନିର୍ଦ୍ଦାରିତ ହୋଇଛି ।  ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ମଧ୍ୟରେ ଯେଉଁ ଲକ୍‌ଡାଉନ୍ ପାସ୍ ଇସ୍ୟୁ କରାଯାଇଥିଲା ତାହାକୁ ବାତିଲ କରାଯାଇଛି । ୨୦ ତାରିଖରୁ କର୍ମଚାରୀମାନେ ନିଜ ନିଜ ବିଭାଗର ପରିଚୟ ପତ୍ର ପୁଲିସ ଯାଞ୍ଚ ବେଳେ ଦେଖାଇ ଆସିପାରିବେ ।
ବାଲେଶ୍ୱର ଜିଲ୍ଲାରେ ଜଣେ କରୋନା ରୋଗୀ ଶନିବାର ଚିହ୍ନଟ ହୋଇଥିବାରୁ ଏହି ସହର ପାଇଁ ସରକାରୀ ଅଫିସ୍ ଖୋଲିବାରେ କଟକଣା ଲାଗିପାରେ । ବିଦ୍ଧିବଦ୍ଧ ସରକାରୀ ବିଜ୍ଞପ୍ତି ଲାଗୁ ହେବା ପରେ ଏହା ସ୍ପଷ୍ଟ ହେବ ।

 
 
 
 
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking