39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଖୁବ୍‌ ଶୀଘ୍ର ସ୍ମାର୍ଟଫୋନରେ ନୂଆ ଫିଚର

ଖୁବ୍‌ ଶୀଘ୍ର ସ୍ମାର୍ଟଫୋନରେ ନୂଆ ଫିଚର

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ସ୍ମାର୍ଟଫୋନରେ ନୂଆ ଫିଚର ଆସିବାକୁ ଯାଉଛି । ଗୁଗୁଲ ଏବେ ଏକ ସ୍ବତନ୍ତ୍ର ଟେକ୍ନୋଲୋଜି ଉପରେ କାମ କରୁଛି । ଯାହା ସାହାଯ୍ୟରେ ସ୍ମାର୍ଟଫୋନକୁ ସ୍ପର୍ଶ ନ କରି ବ୍ୟବହାର କରିହେବ । ଏଥିପାଇଁ ୟୁଜରଙ୍କୁ ଭଏସ କମାଣ୍ଡ ମଧ୍ୟ ଦେବାକୁ ପଡିବ ନାହିଁ । ଗୁଗୁଲର ଏହି ନୂତନ ଟେକ୍ନୋଲୋଜି ସହିତ ୟୁଜରମାନେ ମୁଖର ଅଭିବ୍ୟକ୍ତି ମାଧ୍ୟମରେ ଫୋନର ବିଭିନ୍ନ କାର୍ଯ୍ୟ ପରିଚାଳନା କରିବାକୁ ସମର୍ଥ ହେବେ। ଏହା ଗୁଗୁଲର ଟେକ୍ନୋଲୋଜି ସହିତ ସ୍ମାର୍ଟଫୋନ ବ୍ୟବହାର କରିବା ଫିଚର ଦିବ୍ୟାଙ୍ଗଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

ନୂଆ ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ ୧୨ ସହିତ ଆଧୁନିକ ଫିଚରକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି । ବର୍ତ୍ତମାନ ସୁଦ୍ଧା, ଗୁଗୁଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମରେ କାର୍ଯ୍ୟ କରୁଥିବା ଡିଭାଇସରେ, ୟୁୂଜରମାନେ ଭଏସ କମାଣ୍ଡ ଦେଇ ଅନେକ କାର୍ଯ୍ୟ କରିପାରୁଛନ୍ତି । ଗୁଗୁଲର ଏହି ଫିଚରରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବହୁ ବିକାଶ ହୋଇଛି । ଏହି ଫିଚରକୁ ବିକଶିତ କରୁଥିବା ଏକ୍ସଡିଏ ଡେଭଲପର୍ସ କହିଛନ୍ତି ଯେ ଆଣ୍ଡ୍ରଏଡ ଆକ୍ସେସିବିଲିଟି ସୁଟ ଆପରେ ଆଗାମୀ କ୍ୟାମେରା ସୁଇଚ ଫିଚରରେ କିଛି ପରିବର୍ତ୍ତନ ଅଣାଯାଇ ଅଙ୍ଗଭଙ୍ଗୀ ସେଟିଙ୍ଗ ପ୍ରଦାନ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking