34.1 C
Bhubaneswar
Friday, March 29, 2024
Homeକରୋନା୬ ମାସରେ ଆସିବ ୬ ନୂଆ ଟିକା

୬ ମାସରେ ଆସିବ ୬ ନୂଆ ଟିକା

ନୂଆଦିଲ୍ଲୀ: ଆଗାମୀ ୬ ମାସ ଭିତରେ ଦେଶକୁ ଆସିବ ଆଉ ୬ କରୋନା ଟିକା । ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍ ସୂଚନା ଦେଇଛନ୍ତି । ଆଗାମୀ ୬ ମାସ ଭିତରେ ବାୟୋଲୋଜିକାଲ –ଇ କୁ ମିଶାଇ ୬ ଟିକା ଆସିବ ବୋଲି ସେ କହିଛନ୍ତି । ଜାଇଡସ କାଡିଲାର ଡିଏନଏ ଟିକା, ଜେନୋଭା, ନାଜାଲ, ଜେଏମଜିର ପ୍ରସ୍ତୁତ ଟିକା ଓ ନୋଭାଭାକ୍ସ ଟିକା ଆସିବ ।

ସୂଚନାଯୋଗ୍ୟ, ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୦୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୩ ହଜାର ୭୯କୁ ବୃଦ୍ଧି ପାଇଛି । ଦିନକରେ ୯୧ ହଜାର ୭୦୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୨୧ ହଜାର ୬୭୧ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୪ କୋଟି ୬୦ ଲକ୍ଷ ୮୫ ହଜାର ୬୪୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking