30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତରେ ଦେଖାଦେଲା କରୋନାର ଆଉ ଏକ ମାରାତ୍ମକ ଭେରିୟାଣ୍ଟ

ଭାରତରେ ଦେଖାଦେଲା କରୋନାର ଆଉ ଏକ ମାରାତ୍ମକ ଭେରିୟାଣ୍ଟ

ନୂଆଦିଲ୍ଲୀ : କରୋନା ଭାଇରସ ଲଗାତାର ନିଜ ରୂପ ବଦଳାଇ ଭୟାବହ ରୂପ ନେବାରେ ଲାଗିଛି । ଦିନ କୁ ଦିନ ଭାଇରସର ନୂଆ ନୂଆ ଭେରିୟାଣ୍ଟ ବି ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ କରୋନାର ଆଉ ଏକ ନୂଆ ଭେରିୟାଣ୍ଟ ଭାରତରେ ଦେଖାଦେଇଛି । ଏହି ଭେରିୟାଣ୍ଟ ଏତେ ମାରାତ୍ମକଯେ ସଂକ୍ରମିତ ହେବାର ମାତ୍ର ୭ ଦିନ ଭିତରେ ରୋଗୀର ଓଜନ ମାତ୍ରାଧିକ କମିଯାଉଥିବା ଲକ୍ଷ କରାଯାଇଛି । ପୂର୍ବରୁ ଏହି ଭେରିୟାଣ୍ଟର ପ୍ରଭାବ ବ୍ରାଜିଲ ବାସୀଙ୍କ ଠାରେ ଦେଖା ଯାଉଥିବା ବେଳେ ଏବେ ଏହି ଭେରିୟାଣ୍ଟର କିଛି ଲକ୍ଷଣ ଭାରତୀୟଙ୍କ ଠାରେ ବି ଦେଖାଦେଇଛି । ବିଶେଷଜ୍ଞଙ୍କ ଅନୁଯାୟୀ ଏଯାବତ ବ୍ରାଜିଲରୁ କରୋନାର ଦୁଇଟି ଭେରିୟାଣ୍ଟ ଭାରତକୁ ଆସି ସାରିଲାଣି ।

ସଦ୍ୟ ଆସିଥିବା ଦ୍ଵିତୀୟ ଭେରିୟାଣ୍ଟର ନାଁ ହେଉଛି 1.1.28.2 । ମିଳିଥିବା ତଥ୍ୟ ଅନୁଯାୟୀ, ବୈଜ୍ଞାନିକ ମାନେ ଏହି ଭେରିୟାଣ୍ଟର ପରୀକ୍ଷଣ ଏକ ମୂଷା ଉପରେ ପ୍ରଥମେ କରିଛନ୍ତି । ଏଥିରୁ ବାହାରିଥିବା ଫଳାଫଳ ବି ଖୁବ ଆଶ୍ଚର୍ଯ୍ୟ ଜନକ । ଡେ଼ଲ୍ଟା ଭେରିୟାଣ୍ଟ ପରି ଏହା ଶରୀରର ଆଣ୍ଟିବଡ଼ି କ୍ଷମତାକୁ କମ କରି ଦେଇପାରେ । ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଭାଇରୋଲୋଜି(ଏନଆଇବି) ତରଫରୁ କୁହାଯାଇଛିକି ବିଦେଶରୁ ଆସିଥିବା ଦୁଇ ଜଣଙ୍କ ଠାରେ ଏହି ନୂଆ ଭାଇରସର ଲକ୍ଷଣମାନ ଦେଖାଦେଇଛି ।

ଏହି ଭେରିୟାଣ୍ଟର ପ୍ରଥମେ ଜିନୋମ ସିକ୍ୱେସିଙ୍ଗ କରାଯିବା ପରେ ପରୀକ୍ଷଣ କରାଯାଇଥିଲା । ଅବଶ୍ୟ ଏଯାବତ ଭାରତରେ ଏହାର ଅଧିକ ମାମଲା ସାମ୍ନାକୁ ଆସିନାହିଁ । ଡେ଼ଲ୍ଟା ଭେରିୟାଣ୍ଟର ରୋଗୀ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି । ବିଦେଶରୁ ଫେରିଥିବା ଦୁଇ ଜଣଙ୍କର ସ୍ୟାମପାଲ ସିକ୍ୱେସିଙ୍ଗ କରାଯାଇଥିଲା । କରୋନାରୁ ସୁସ୍ଥ ହେବା ପରେ ଦୁଇ ଜଣଙ୍କ ଠାରେ କୌଣସି ଲକ୍ଷଣ ନଥିବା ବେଳେ ପରେ ସ୍ୟାମପାଲ ସିକ୍ୱେସିଙ୍ଗ ପରେ ତାଙ୍କ ଠାରେ ବି 1.1.28.2 ଭେରିୟାଣ୍ଟ ଥିବା ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking