34.1 C
Bhubaneswar
Friday, March 29, 2024
Homeକରୋନାବିଶ୍ୱରେ ଆଉ ୫,୬୫,୪୨୬ ସଂକ୍ରମିତ

ବିଶ୍ୱରେ ଆଉ ୫,୬୫,୪୨୬ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୬୫ହଜାର ୪୨୬ ଜଣ ସଂକ୍ରମିତ ହୋଇଥିବା ବେଳେ ୯ହଜାର ୧୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୭୭ଲକ୍ଷ ୯୫ହଜାର ୪୧୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ଲକ୍ଷ ୮୩ହଜାର ୩୧୨ ଜଣକୁ ବୃଦ୍ଧି ପାଇଛି । ସେହିପରି ୧କୋଟି ୮୬ଲକ୍ଷ ୬୮ହଜାର ୫୦୦ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକା: ୪କୋଟି ୨୬ ଲକ୍ଷ ୩୧ ହଜାର ୬୬୨ ସଂକ୍ରମିତ ଓ ୬ଲକ୍ଷ ୮୮ ହଜାର ୪୭୫ ମୃତ, ବ୍ରାଜିଲରେ ୨ କୋଟି ୧୦ ଲକ୍ଷ ୬୯ ହଜାର ୧୭ ସଂକ୍ରମିତ ଓ ୫ ଲକ୍ଷ ୮୯ ହଜାର ୨୭୭ ମୃତ, ବ୍ରିଟେନରେ ୭୩ ଲକ୍ଷ ୩୯ ହଜାର ୯ ସଂକ୍ରମିତ ଓ ୧ ଲକ୍ଷ ୩୪ ହଜାର ୮୦୫ ମୃତ, ରୁଷିଆରେ ୭୨ ଲକ୍ଷ ୧୪ ହଜାର ୫୨୦ ସଂକ୍ରମିତ ଓ ୧ ଲକ୍ଷ ୯୫ ହଜାର ୮୩୫ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୩୪ ହଜାର ୭୩୨ ସଂକ୍ରମିତ ଓ ୧ ଲକ୍ଷ ୯୫ ହଜାର ୮୩୫ ମୃତ, ତୁର୍କୀରେ ୬୭ ଲକ୍ଷ ୬୭ ହଜାର ୮ ସଂକ୍ରମିତ ଓ ୬୦ ହଜାର ୯୦୩ ମୃତ, ଇରାନରେ ୫୩ ଲକ୍ଷ ୭୮ ହଜାର ୪୦୮ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୭୨ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୩୪ ହଜାର ୮୫୧ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୧୦୧ ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking