30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଶ୍ୱରେ ୨୪ ଘଣ୍ଟାରେ ଆଉ ୬,୩୬,୫୮୨ ସଂକ୍ରମିତ

ବିଶ୍ୱରେ ୨୪ ଘଣ୍ଟାରେ ଆଉ ୬,୩୬,୫୮୨ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୩୬ହଜାର ୫୮୨ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୩୯ଲକ୍ଷ ୩୧ହଜାର ୬୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୬୩ହଜାର ୫୧୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୧୪ଲକ୍ଷ ୩୨ହଜାର ୬୯୨ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୦ଲକ୍ଷ ୩୪ହଜାର ୮୬୨ ଜଣ ସକ୍ରିୟ ମାମଲା ରହିଛି ।

ସୂଚନାଯୋଗ୍ୟ , ଆମେରିକାରେ ମୋଟ ୩କୋଟି ୮୯ଲକ୍ଷ ୫୭ହଜାର ୮୪୬ ସଂକ୍ରମିତ ଓ ୬ଲକ୍ଷ ୪୮ହଜାର ୬୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୬ ଲକ୍ଷ ୧୪ହଜାର ୮୬୬ ସଂକ୍ରମିତ ଓ ୫ଲକ୍ଷ ୭୫ ହଜାର ୭୪୨ମୃତ, ଋଷିଆରେ ୬୭ ଲକ୍ଷ ୮୫ ହଜାର ୩୭୪ ସଂକ୍ରମିତ ଓ ୧ଲକ୍ଷ ୭୭ ହଜାର ୬୧୪ ମୃତ, ଫ୍ରାନ୍ସରେ ୬୬ ଲକ୍ଷ ୪୯ ହଜାର ୬୩୦ ସଂକ୍ରମିତ ଓ ୧ ଲକ୍ଷ ୭୭ ହଜାର ୬୧୪ ମୃତ, ୟୁକେରେ ୬୫ ଲକ୍ଷ ୫୫ ହଜାର ୨୦୦ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୮୫୪ ମୃତ, ତୁର୍କୀରେ ୬୨ ଲକ୍ଷ ୫୨ହଜାର୭୧୧ ସଂକ୍ରମିତ ଓ ୫୪ ହଜାର ୯୯୫ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୪୮ ହଜାର ୮୫ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୮୦୬ମୃତ, କଲୋମ୍ବିଆରେ ୪୮ ଲକ୍ଷ ୯୪ ହଜାର ୭୦୨ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୩୮୮ମୃତ, ସ୍ପେନରେ ୪୮ ଲକ୍ଷ ୪ ହଜାର ୪୨୪ ସଂକ୍ରମିତ ଓ ୮୩ ହଜାର ୫୨୭ ମୃତ, ଇରାନରେ ୪୭ ଲକ୍ଷ ୫୬ ହଜାର ୩୯୪ ସଂକ୍ରମିତ ଓ ୧ ଲକ୍ଷ ୩ ହଜାର ୩୫୭ମୃତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking