30.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଜି ୯୮୬ ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୯୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ କେତେବେଳେ ହ୍ରାସ ପାଉଛି ତ ପୁଣି ଆଉ କେତେବେଳେ ହଜାରେ ଉପରେ ରହିଛି ବର୍ତମାନ ଦୈନିକ ସଂକ୍ରମଣ ଏହିପରି ରହୁଥିବାବେଳେ ଆଜି  ପୁଣି ୯୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୪୧୨ ଜଣ ଚିହ୍ନଟ ହେବା ସହ ୧୨୮ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୩୯ ନୂଆ ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ୪୯ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୪୫ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୨୪, ବାଲେଶ୍ବରରୁ ୨୫, ବରଗଡରୁ ୧, ଭଦ୍ରକରୁ ୧୪, ବଲାଙ୍ଗୀରରୁ ୧୭, ବେଓଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ହାରୁ ୨୩, କେନ୍ଦୁଝରରୁ ୧୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୩୨, ନବରଙ୍ଗପୁରରୁ ୬, ନୟାଗଡରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୨ ହଜାର ୩୧୯ ରହିଥିବା ବେଳେ ୯ ହଜାର ୫୭୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking