37.2 C
Bhubaneswar
Friday, April 19, 2024
Homeଓଡିଶାଅଫିସ୍ ପାଇଁ ଜାରି ହେଲା ନୂଆ କରୋନା ଗାଇଡ଼ଲାଇନ

ଅଫିସ୍ ପାଇଁ ଜାରି ହେଲା ନୂଆ କରୋନା ଗାଇଡ଼ଲାଇନ

ଭୁବନେଶ୍ୱର : ଅଫିସ୍‌ଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କରୋନା ଗାଇଡ଼ଲାଇନ ଜାରି କରାଯାଇଛି । ଅଫିସ୍‌ରେ କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସରକାର ଏପରି ନିୟମ କରିଛନ୍ତି ବୋଲି ଜଣା ପଡ଼ିଛି । ସରକାରୀ କର୍ମଚାରୀ ଓ ବିଭିନ୍ନ ବିଭାଗ ଗୁଡ଼ିକ ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ଜାରି ହୋଇଥିବା ନିୟମ ବା କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍ ଭିତରେ ସାମାଜିକ ଦୂରତା ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ । କର୍ମଚାରୀଙ୍କ ମଧ୍ୟରେ ୨ ଫୁଟ ଦୂରତା ରଖିବାକୁ ପୂର୍ବରୁ ନିୟମ କରାଯାଇଥିଲା । ସେପଟେ ଅଫିସ୍‌ରେ କର୍ମଚାରୀମାନେ ଏକତ୍ର ହୋଇପାରିବେନି କିମ୍ବା ଅଫିସ୍ ଭିତରେ କୌଣସି ବୈଠକ କରାଯିବ ନାହିଁ । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଫିସ୍‌ରେ କାର୍ଯ୍ୟ କରୁଥିବା ଡ୍ରାଇଭର , ସିକ୍ୟୁରିଟି ଗାର୍ଡ଼ ଓ ଜଗୁଆଳୀମାନଙ୍କ ପାଇଁ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ସହ ମୁହଁ , ନାକ , ପାଟିରେ ହାତ ମାରିବାକୁ ବାରଣ କରାଯାଇଛି । ଏଥିସହ କର୍ମଚାରୀ ଓ ସମସ୍ତ ଭିଜିଟର ମାନଙ୍କୁ ଅଫିସ୍ ପରିସରରେ ଛେପ ପକାଇବାକୁ ବାରଣ କରାଯାଇଛି । ଅଫିସ୍ ପରିସରରେ ଛେପ ପକାଇବା ଦଣ୍ଡନୀୟ ହେବ । ତେବେ ଉପରୋକ୍ତ କଟକଣାକୁ ଭଙ୍ଗ କଲେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଇଡ଼ଲାଇନରେ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking