40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୪ତମ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଏକାଉଣ୍ଟସରେ ନିଯୁକ୍ତି ପାଇଲେ ସୋମା ରାୟ

୨୪ତମ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଏକାଉଣ୍ଟସରେ ନିଯୁକ୍ତି ପାଇଲେ ସୋମା ରାୟ

ନୂଆଦିଲ୍ଲୀ: ସୋମା ରାୟ ଦେଶର ନୂତନ କଣ୍ଟ୍ରୋଲର ଜେନେରାଲ ଅଫ ଏକାଉଣ୍ଟସ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ଦେଶର ୨୪ତମ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଏକାଉଣ୍ଟସରେ ନିଯୁକ୍ତି ପାଇଥିବା ବେଳେ ଏପରି ଉଚ୍ଚ ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ଦେଶର ସପ୍ତମ ମହିଳା।
ସୂଚନା ଅନୁସାରେ, ସେ ୧୯୮୬ ମସିହା ବ୍ୟାଚର ଇଣ୍ଡିଆନ୍ ସିଭିଲ୍ ଏକାଉଣ୍ଟସ ସର୍ଭିସ (ଆଇସିଏଏସ୍)ର ଅଧିକାରୀ ହେଉଛନ୍ତି ସୋମା ରାୟ। ସେଣ୍ଟ୍ରାଲ୍ ପେନସନ୍ ଆକାଉଣ୍ଟିଂ ଅଫିସ୍(ସିପିଏଓ)ରେ ମୁଖ୍ୟ କଣ୍ଟ୍ରୋଲର୍(ପେନ୍ସନ) ଭାବେ କାର‌୍ୟ୍ୟ କରି ସାରିଥିବା ବେଳେ ଇନଷ୍ଟିଚ୍ୟୁଟଅଫ୍ ଗମେଣ୍ଟ୍ ଆକାଉଣ୍ଟସ୍ ଆଣ୍ଡ୍ ଫାଇନାନ୍ସ(ଆଇଏନ୍ଜିଏଫ୍)ରେ ନିର୍ଦ୍ଦେଶିକା ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ। ସେ ଦିଲ୍ଳୀ ବିଶ୍ୱ ବିଦ୍ୟାଳୟରୁ ମାଥମେଟିକାଲ୍ ଷ୍ଟାଟିଟିକ୍ସରେ ଏମଫିଲ୍ କରିଛନ୍ତି । ସେ ତାଙ୍କର ୩୩ ବର୍ଷର କାର‌୍ୟ୍ୟରତ ଜୀବନ ଭିତରେ ଗୃହ ବ୍ୟପାର, ସୂଚନା ଓ ପ୍ରସାରଣ, ଅର୍ଥ, ମାନବ ସମ୍ବଳ ବିକାଶ ଓ ଜାହାଜ ଚଳଳାଚଳ, ସଡ଼କ ପରିବହନ ଓ ରାଜପଥ ଆଦି ମନ୍ତ୍ରାଳୟରେ କାର‌୍ୟ୍ୟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking