24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶଜନ୍ମ ପରେ କାନ୍ଦିବା ବଦଳରେ ରାଗରେ ଡାକ୍ତରଙ୍କୁ ଅନାଇଲା ଶିଶୁ…..

ଜନ୍ମ ପରେ କାନ୍ଦିବା ବଦଳରେ ରାଗରେ ଡାକ୍ତରଙ୍କୁ ଅନାଇଲା ଶିଶୁ…..

ନୂଆଦିଲ୍ଲୀ:ଅଧିକାଂଶ ସମୟରେ ଦେଖାଯାଏ ଜନ୍ମ ହେଉହେଉ ଶିଶୁ କାନ୍ଦିଥାନ୍ତି। ଆଉ ଜନ୍ମ ସମୟରେ ଶିଶୁ କାନ୍ଦିଲେ ଶିଶୁଟି ସୁସ୍ଥ ଅଛି ବୋଲି ଡାକ୍ତରମାନେ ନିର୍ଦ୍ଧାରଣ କରନ୍ତି। କିନ୍ତୁ ଜନ୍ମ ହେଉ ହେଉ ଶିଶୁ ରାଗିବ ତାହା ହୁଏତ କାହାକୁ ବିଶ୍ବାସ ହେବ ନାହିଁ। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ବ୍ରାଜିଲରେ ଏପରି ଏକ ଘଟଣା ଘଟିଛି। ଜନ୍ମ ହେବାପରେ କାନ୍ଦିବା ବଦଳରେ ଏକ ନବଜାତ ଶିଶୁ ରାଗରେ ଡାକ୍ତଙ୍କୁ ଅନାଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ରାଜିଲର ରିୟୋ ଡି ଜେନେରିୟୋରେ ଏକ ହସ୍ପିଟାଲରେ ଜାନୁଆରୀ ୧୩ରେ ଏକ ଶିଶୁର ଜନ୍ମ ହୋଇଥିଲା। କିନ୍ତୁ ଜନ୍ମପରେ ସାଧାରଣତଃ ଶିଶୁ ମାନେ କାନ୍ଦନ୍ତି କିନ୍ତୁ ଏହି ନବଜାତ ଶିଶୁଟି କାନ୍ଦିନଥିଲା।
ଏହାପରେ ଡାକ୍ତର ଚେଷ୍ଟା କରିଥିଲେ ଗର୍ଭନଳୀ କଟାଯିବା ପୂର୍ବରୁ ଶିଶୁଟିକୁ କନ୍ଦାଇବା ପାଇଁ କିନ୍ତୁ ଏହି ସମୟରେ ଶିଶୁଟି ରାଗରେ ଡାକ୍ତରଙ୍କୁ ଦେଖୁଥିଲା। ଯାହା ଦେଖିବା ପରେ ଡାକ୍ତର ଚକିତ ହୋଇଯାଇଥିଲେ। ଏହି ସମୟରେ ଡାକ୍ତର ଶିଶୁଟିର ଫଟୋ ଉଠାଇଥିଲେ। ଡାକ୍ତର ଜଣଙ୍କ କହିଥିଲେ ସେ ଏହାପୂର୍ବରୁ ଏପରି କେବେ ଦେଖିନାହାନ୍ତି।ଶିଶୁଟିର ମା ନିଜ ନବଜାତ ସନ୍ତାନର ଏଭଳି ରାଗରେ ଅନାଇବାକୁ ଦେଖି କହିଛନ୍ତି ମୋ ସନ୍ତାନ ଜନ୍ମରୁ ବାହାଦୂର। ଏଣୁ ସେ ଶିଶୁଟିର ନାମ ଇସାବେଲ ପରେରା ଡି ଜିସସ୍ ରଖିଛନ୍ତି। ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହି ଫଟୋକୁ ନେଇ ବଭିନ୍ନ ମଜାଦାର କଥା ଲେଖାଯିବାର ଦେଖାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking