ଦେଶରେ ୨୪ ଘଣ୍ଟାରେ ନୂଆ ୮୬ ହଜାର ୦୮୨ କରୋନା ଆକ୍ରାନ୍ତ ଚିହ୍ନଟ : ୧୧୪୧ ସଂକ୍ରମିତଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୨,୨୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୮୬ ହଜାର ୦୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ପ୍ରାଣଘାତୀ କରୋନା ୧୧୪୧ ସଂକ୍ରମିତଙ୍କର ମୁଣ୍ଡ ନେଇଛି । ଏହାରି ମଧ୍ୟରେ ଦେଶରେ ମୋଟ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ ୯,୭୦,୧୧୬ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ଏଥିସହ ୪୭,୫୬,୧୬୪ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଆମେରିକାରେ ୭୧,୮୪,୮୨୭ ଜଣ ମୋଟ ସଂକ୍ରମିତ ହୋଇଥିବା ବେଳେ ୨,୦୭,୫୧୬ଜଣଙ୍କର ମୃତ୍ୟୁ ହୋଇଛି । ୪୪,୩୧,୦୭୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଦ୍ୱିତୀୟରେ ରହିଛି ଭାରତ । ତୃତୀୟରେ ରହିଚଇ ବ୍ରାଜିଲ୍ । ବ୍ରାଜିଲ୍‌ରେ ୪୬,୫୯,୯୦୯ ଟି ମୋଟ କରୋନା ମେସ୍ ଚିହ୍ନଟ ହୋଇଥିବା ବେଳେ ୧,୩୯,୮୮୩ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here