29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ସଂଖ୍ୟା ୧୦୯୭୮୦କୁ ବୃଦ୍ଧି

୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ସଂଖ୍ୟା ୧୦୯୭୮୦କୁ ବୃଦ୍ଧି

ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟରେ ଆଜି ପୁଣି୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୩୧ ସ୍ଥାନୀୟ ଅଞ୍ଚଳରୁ ୧୨୮୮ ଜଣ ଚିହ୍ନଟ ହୋଇଛନ୍ତି ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦କୁ ବୃଦ୍ଧି ପାଇଛି ଏନେଇ ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି

ତେବେ ଖୋର୍ଦ୍ଧାରୁ ୭୩୧, କଟକରୁ ୪୦୦, ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, ମୟୁରଭଞ୍ଜରୁ ୧୩୭, ଯାଜପୁରରୁ ୧୧୭, କେନ୍ଦୁଝରରୁ ୧୦୨, କୋରାପୁଟରୁ ୯୦, ଭଦ୍ରକରୁ ୮୭, ସମ୍ବଲପୁରରୁ ୭୮ଅନୁଗୁଳରୁ ୬୬, ଜଗତସିଂହପୁରରୁ ୬୦, ଝାରସୁଗୁଡ଼ାରୁ ୬୦, ସୁନ୍ଦରଗଡ଼ରୁ ୬୦, ନୟାଗଡ଼ରୁ ୬୨, କେନ୍ଦ୍ରାପଡ଼ାରୁ ୫୭, ନବରଙ୍ଗପୁରରୁ ୫୫, ନୂଆପଡ଼ାରୁ ୪୯, ଢ଼େଙ୍କାନାଳରୁ ୩୭, କଳାହାଣ୍ଡିରୁ ୩୭, ବୌଦ୍ଧରୁ ୩୬, କନ୍ଧମାଳରୁ ୩୨ଗଜପତିରୁ ୨୭, ସୋନପୁରରୁ ୨୬, ରାୟଗଡ଼ାରୁ ୨୫, ମାଲକାନଗିରିରୁ ୧୩ବଲାଙ୍ଗୀରରୁ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଏବେ ରାଜ୍ୟରେ ମୋଟ ୧୦୯୭୮୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୦,୭୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫୧୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮୪୪୩ ଜଣ ଏବେ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking