40.1 C
Bhubaneswar
Thursday, April 25, 2024
Homeଓଡିଶାଇତିଶ୍ରୀ ହତ୍ୟା ମାମଲାର ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ

ଇତିଶ୍ରୀ ହତ୍ୟା ମାମଲାର ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ

ଭୁବନେଶ୍ଵର: ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟା ମାମଲାର ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାର ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଦୁଇ ଦିନ ଧରି ଅସୁସ୍ଥ ଥିଲେ। ୨୦୧୬ ଏପ୍ରିଲ ୨୬ରେ ନେତ୍ରାନନ୍ଦ ଦୋଷୀ ସାବ୍ୟସ୍ତ ହୋଇ କୋରାପୁଟରେ ଜେଲରେ ଆଜୀବନ ସଜା କାଟୁଥିଲେ । ତେବେ ନେତ୍ରାନନ୍ଦଙ୍କ ମୃତ୍ୟୁକୁ ନେଇ କୋରାପୁଟ ଜେଲ ପକ୍ଷରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଟିକିରି ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟା ହୋଇଥିଲା । ଦେହରେ କିରୋସିନ ଢାଳି ତାଙ୍କୁ ଜୀଅନ୍ତା ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେହି ବର୍ଷ ନଭେମ୍ବର ୧ରେ ଇତିଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ କାଶୀପୁର ବ୍ଲକର ସ୍କୁଲ SI ନେତ୍ରାନନ୍ଦ ଦଣ୍ଡସେନା ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୧୬ ଏପ୍ରିଲରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍‌ ଏହି ମାମଲାର ଶୁଣାଣୀ କରି ନେତ୍ରାନନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking