29.1 C
Bhubaneswar
Monday, August 15, 2022
Homeବିଜିନେସ୍ଜାଲ୍ ୨୦୦୦ ଟଙ୍କାର କାରବାର ହ୍ରାସ ପାଇଛି: କେନ୍ଦ୍ର

ଜାଲ୍ ୨୦୦୦ ଟଙ୍କାର କାରବାର ହ୍ରାସ ପାଇଛି: କେନ୍ଦ୍ର

ନୂଆଦିଲ୍ଲୀ : ୨୦୧୮-୧୯ ପରଠାରୁ ଦେଶରେ ଜାଲ୍ ୨୦୦୦ ଟଙ୍କିଆ ନୋଟ୍‌ର କାରବାର ହ୍ରାସ ପାଇଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୋମବାର ଲୋକସଭାକୁ ସୂଚୀତ କରିଛନ୍ତି । ବିଜେପି ସାଂସଦ ଧନଞ୍ଜୟ ଭଟ୍ଟ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ପଙ୍କଜ କହିଛନ୍ତି ଯେ ୨୦୨୦-୨୧ରେ ୧୩,୬୦୪ଟି ୨୦୦୦ ଟଙ୍କିଆ ଜାଲ୍ ନୋଟ ଧରାପଡିଥିଲା ।

ଦେଶରେ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟ୍ ତୁଳନାରେ ଏହା ମାତ୍ର ୦.୦୦୦୬୩୫ ପ୍ରତିଶତ ବୋଲି ସେ କହିଛନ୍ତି । ୨୦୧୮ରେ ୫୪,୭୭୬ଟି ଜାଲ୍ ୨୦୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିବାବେଳେ ୨୦୧୯ରେ ଏହାର ସଂଖ୍ୟା ୯୦,୫୫୬ ରହିଥିଲା । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରେକର୍ଡକୁ ଆଧାର କରି ପଙ୍କଜ ଏହ ସୂଚନା ଦେଇଛନ୍ତି । ବିଗତ ଆର୍ôଥକବର୍ଷରେ ୨,୪୪,୮୩୪ଟି ଜାଲ ନୋଟ୍ ଜବତ ହୋଇଥିବାବେଳେ ଏଗୁଡିକ ମୁଖ୍ୟତଃ ୧୦୦ ଓ ୫୦୦ ଟଙ୍କିଆ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking