30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ବ୍ୟକ୍ତିଗତ ପରାମର୍ଶଦାତା

କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ବ୍ୟକ୍ତିଗତ ପରାମର୍ଶଦାତା

କାଠମାଣ୍ଡୁ : ବିଶ୍ୱରେ କରୋନା ତାର କାୟା ବିସ୍ତାର କରିସାରିଛି । ନେତା ମନ୍ତ୍ରୀଙ୍କ ଠାରୁୂ ଆରମ୍ଭ କରି ସାଧାରଣ ଲୋକେ କରୋନା କବଳରେ ଫସି ଯାଉଛନ୍ତି । ଏହାରି ମଧ୍ୟରେ ଆସିଛି ଏକ ଖବର । କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କର ବ୍ୟକ୍ତିଗତ ପରାମର୍ଶଦାତା । ଓଲିଙ୍କ ସରକାରୀ ବାସଭବନରେ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ୱରେ ଥିବା ୭୬ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଥିବା ସେନାର ୨୮ ଜଣ କମାଣ୍ଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ନେପାଳ ପୋଲିସର ୧୯ ଜଣ ଅଧିକାରୀ, ୨୭ ଜଣ ସଶସ୍ତ୍ର ବାହିନୀ ଓ ଖୁଫିଆ ବିଭାଗର ୨ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking