30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନେପାଳର ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ଆଜି

ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ଆଜି

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ । ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଶକ୍ତି ଶକ୍ତ ଧକ୍କା ଲାଗିଛି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଦେଓବାଙ୍କୁ ଶପଥପାଠ କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦେଓବା ଜଣେ ବରିଷ୍ଠ ବିରୋଧୀ ଦଳ ନେତା । ସେ ୨୦୧୭ରେ ନେପାଳର ୪୦ତମ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ । ୧୯୯୫ରୁ ୧୯୯୭, ୨୦୦୧ରୁ ୨୦୦୩ ଓ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୦ରୁ ଦେଓବା ସକ୍ରିୟ ରାଜନୀତିରେ ରହିଆସୁଥିବା ବେଳେ ୧୯୮୬ରେ ନେପାଳୀ କଂଗ୍ରେସ ଡେମୋକ୍ରାଟିକ ପାର୍ଟି ଗଠନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking