27.8 C
Bhubaneswar
Thursday, April 18, 2024
Homeଓଡିଶାନେପାଳୀ ଝିଅ ହେଲେ ଓଡ଼ିଆ ବୋହୁ

ନେପାଳୀ ଝିଅ ହେଲେ ଓଡ଼ିଆ ବୋହୁ

ବଙ୍ଗୋମୁଣ୍ଡା : ଭଲ ପାଇବା ଓ ତ୍ୟାଗର ଏକ ସୁନ୍ଦର କାହାଣୀ ଦେଖିବାକୁ ମିଲିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଲୋହରାପାଲି ଗ୍ରାମରେ । ପ୍ରଥମେ ଶୋସିଆଲ ମିଡିଆ ଫେସବୁକରେ ପ୍ରେମ ଓ ପରେ ସ୍ଥାନୀୟ ଏକ ମନ୍ଦିର ରେ ଉଭୟଙ୍କ ବାହାଘର । ନେପାଳ ଦେଶର ଜଣେ ଧନୀ ଘରର ଝିଅ ଜଣେ ଗରିବ ଘରର ପୁଅକୁ ପ୍ରେମ ବିବାହ ହେବା ବର୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଗରିବ ପରିବାରରେ ରହି ବେଶ ଖୁସି ରେ ଥିବା କହିଛନ୍ତି ନେପାଲି ଝିଅ ସୁନୀତା ସାଙ୍ଗମା । ଚୁଲି ରେ ନିଆଁ ଲଗାଇ ରୋଷେଇ କରୁଛନ୍ତି ନେପାଳୀ ଝିଅ । କୂଅରୁ ପାଣି କାଢି ବ୍ୟବହାର କରୁଛନ୍ତି । ଭଲ ପାଇବାର ସୁଖକୁ ଦେଖି ସୁଦୁର ନେପାଳ ଦେଶରୁ ଭାରତକୁ ବୋହୂ ହୋଇ ଚାଲି ଆସିଛନ୍ତି ସୁନିତା ସାଙ୍ଗମା ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଲୋହରାପାଲି ଗାଁ’ ର ଜଗଦିଶ ତାଣ୍ଡିଙ୍କ ପୁଅ ଚନ୍ଦ୍ରମଣୀ ତାଣ୍ଡି(୨୬) ଗତ କିଛି ବର୍ଷ ହେଲା ଭୂବନେଶ୍ୱରରେ ରହି ଏକ ଘରୋଇ ଇଂଜିନିୟରିଂ କଲେଜରେ ପାଠ ପଢୁଥିଲେ । ଗତ ୨୦୧୮ ମସିହାରେ ଶୋସିଆଲ ମିଡିଆ ଫେସବୁକରୁ ନେପାଲ ଦେଶର ସୁନିତା ସାଙ୍ଗମାଙ୍କ ସହ ହେଇଥିଲା ବନ୍ଧୁତା ଓ ଚାଟିଂ ପରେ ଫୋନ ରେ କଥାବାର୍ତା । ଧିରେ ଧିରେ କଥାବାର୍ତାରୁ ବଢିଲା ପ୍ରେମ ସଂପର୍କ । ହଠାତ୍ ଥରେ ଚନ୍ଦ୍ରମଣୀ ଙ୍କୁ ସାକ୍ଷାତ କରିବା ପାଇଁ ମନ ନ ମାନିବାରୁ ନେପାଲ ରୁ ଭୁବନେଶ୍ୱର କୁ ଚାଲି ଆସିଥିଲେ ସୁନିତା । ସୁନିତାକୁ ଭୂବନେଶ୍ୱର ରେଲୱେ ଷ୍ଟେସନରେ ବହୁତ ଖୁସି ହୋଇଯାଇଥିଲେ ଚନ୍ଦ୍ରମଣୀ । ସୁନିତାଙ୍କୁ ନିଜର ପ୍ରେମ ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ରାଜି ହେବାରୁ ପ୍ରେମିକାଙ୍କୁ ନିଜ ଗ୍ରାମ ଲୋହରାପାଲି ଗ୍ରାମକୁ ଆଣିଥିଲେ । ଉଭୟେ ସ୍ଥାନୀୟ ଏକ ମନ୍ଦିରରେ ବାହା ହୋଇଥିଲେ । ଗତ ୫ ମାସ ହେଲା ଉଭୟ ସ୍ୱାମୀ ସ୍ତ୍ରୀ ହୋଇ ଗ୍ରାମରେ ଖୁସିରେ ଦିନ କାଟୁଥିବା ସେମାନେ କହିଛନ୍ତି । ଚନ୍ଦ୍ରମଣୀ ପରିବାରରେ ରହି ଗ୍ରାମାଅଂଚଳରେ ପନିପରିବା ବିକ୍ରି କରି ପେଟ ପୋଶୁଛନ୍ତ ି । ବର୍ତମାନ ଚନ୍ଦ୍ରମଣୀ ଡିସଟେନ୍ସ କୋର୍ସ କରି ଗ୍ରାମରେ ଏକ ବ୍ୟବସାୟ କରୁଛନ୍ତି । ସୁନିତା ଜଣେ ନେପାଲ ଦେଶର ପ୍ରତିଷ୍ଠିତ ରବର ଚାଷୀଙ୍କ ଝିଅ । ଘରେ କୌଣସି ଅଭାବ ନାହିଁ । ହେଲେ ଭଲ ପାଇବାର ସୁବିଧା ଦେଖି ଧନୀ ଘରକୁ ଛାଡି ଏକ ଗରିବ ଘରର ଚନ୍ଦ୍ରମଣୀଙ୍କ ହାତ ଧରିଛନ୍ତି । ଚନ୍ଦ୍ରମଣୀଙ୍କ ବ୍ୟବସାୟରେ କଷ୍ଟେ ମଷ୍ଟେ ପରିବାର ଚଳୁଥିବା ବାପା ମାଁ କହିଛନ୍ତି । ପ୍ରେମ ଲାଗି ସହରୀ ଜୀବନ ସୁଖ ସୁବିଧା କୁ ତ୍ୟାଗ କରି ଗାଁ ଗାଉଁଲି ବହୂ ସାଜିଛନ୍ତି ସୁନିତା । ସୁନିତାଙ୍କ ପରିବାର ଲୋକେ ବି ଝିଅ ଜ୍ୱାଇଁ ସହ କଥା ହୋଇଛନ୍ତି ଏବଂ ଖୁବଶୀଘ୍ର ତାଙ୍କ ଝିଅକୁ ଭେଟିବାକୁ ଆସିବେ ବୋଲି କଥା ମଧ୍ୟ ଦେଇଛନ୍ତି । ଏହି ଘଟଣା ବର୍ତମାନ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking