26.1 C
Bhubaneswar
Sunday, September 25, 2022
Homeଦେଶ ବିଦେଶଟଙ୍କା ପାଇଁ ଯୁବତୀଙ୍କୁ ବିକ୍ରି କରିଦେଲା ପଡୋଶୀ, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ....

ଟଙ୍କା ପାଇଁ ଯୁବତୀଙ୍କୁ ବିକ୍ରି କରିଦେଲା ପଡୋଶୀ, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ଡେରାଡୁନ: ଟଙ୍କା ପାଇଁ ଯୁବତୀଙ୍କୁ ବିକ୍ରି କରିଦେଲା ଜଣେ ପଡୋଶୀ । ପୀଡିତା ଜଣଙ୍କ ପ୍ରାୟ ଦୁଇ ମାସ ଧରି ଦୁଷ୍କର୍ମର ଶିକାର ହେବା ପରେ ଖସି ଆସି ପୋଲିସରେ ଅଭିଯୋଗ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହରିଦ୍ୱାରରେ । ଯୁବତୀଜଣଙ୍କ ବିହାରର ହୋଇଥିବା ବେଳେ ଉତ୍ତରାଖଣ୍ଡର ହରିଦ୍ୱାରରେ ରହି ଏକ କମ୍ପାନୀରେ କାମ କରୁଥିଲେ । ତାଙ୍କର ଜଣେ ପଡୋଶୀ ତାଙ୍କୁ କିଛି ବାହାନା କରି ଉତ୍ତର ପ୍ରଦେଶ ସାହରନପୁର ନେଇଯିବା ସହ ସେଠାରେ ତାଙ୍କୁ ୨ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ । ପ୍ରାୟ ୨ମାସ ସେଠାରେ ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବା ପରେ ଯୁବତୀ ଜଣଙ୍କ ଖସି ଆସି ପୋଲିସରେ ଅଭିଯୋଗ କରିବା ସହ ଘଟଣାର ସତ୍ୟତା ସାମ୍ନାକୁ ଆଣିଛନ୍ତି ।

ସୂଚନା ଅନୁଯାୟୀ, ଏହି ମାମଲାଟି ମାର୍ଚ୍ଚର ମାସର । ପୀଡିତା ଯୁବତୀଜଣଙ୍କ ସେଠାରୁ କୌଶଳକ୍ରମେ ଖସି ଆସି ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଏତଲା ଗ୍ରହଣ କରୁନଥିଲା । ଶେଷରେ ପୀଡିତା ଡେରାଡୁନରେ ପହଞ୍ଚି ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରିବା ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ‘‘ତାଙ୍କୁ ଉତ୍ତର ପ୍ରଦେଶରେ ବିକ୍ରି କରି ଦିଆଯିବା ପରେ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ବିବାହ କରାଯାଇଥିଲା । ବିବାହ କରିବାକୁ ମନା କରିବାରୁ ତାଙ୍କୁ ବିକ୍ରି କରି ଦିଆଯାଇଥିବା ଜାଣିବାକୁ ପାଇଥିଲେ ସେ । ତାଙ୍କୁ ବନ୍ଧକ ରଖି ଲଗାତାର ଦୁଇ ମାସ ଧରି ଦୁଷ୍କର୍ମ କରାଯାଇଥିବା’’ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପୀଡିତା । ଏବେ ସେ କୌଶଳକ୍ରମେ ଖସିଆସି ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking