33.1 C
Bhubaneswar
Friday, May 20, 2022
Homeଅପରାଧଘରେ ଏକୁଟିଆ ଥିବା ଦେଖି ୩ ବର୍ଷର ଶିଶୁ ସହ ଏମିତି କଲା ପଡୋଶୀ ଯୁବକ

ଘରେ ଏକୁଟିଆ ଥିବା ଦେଖି ୩ ବର୍ଷର ଶିଶୁ ସହ ଏମିତି କଲା ପଡୋଶୀ ଯୁବକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ୩ ବର୍ଷ କଅଁଳ ଶିଶୁ ସହ ପଡୋଶୀ ଯୁବକ ଚକଲେଟ ଦେବା ବାହାନାରେ ଘରକୁ ନେଇ ଦୁଷ୍କର୍ମର ଶିକାର ବନେଇଛି । ଘଟଣା ପରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାପଡିଛି ।  ଏହାପରେ ଆରୋପୀ ଯୁବକ ପିଲାଟିର ଶବକୁ କପଡାରେ ଗୁଡାଇ ଲୁଚାଇ ଦେଇଛି ।

ଏହି ଘଟଣା ଜିଲ୍ଲାର ଖାଗା ଥାନା ଅଂଚଳର ଏକ ଗାଁର । ଯେଉଁଠି  ଘରର ସମସ୍ତେ ମୂର୍ତୀ ବିସର୍ଜନରେ ଯାଇଥିଲେ ଓ ପିଲାଟି ଘରେ ଏକୁଟିଆ ଥିଲା । ସେହି ସମୟରେ ଯୁବକ ଦିନେଶ ପାସୱାନ ପିଲାଟିକୁ ଚକଲେଟ ଦେବା ବାହାନାରେ ନିଜ ଘରକୁ ନେଇଯାଇଥିଲା ଓ ତା ସହ ଦୁଷ୍କର୍ମ କରିଥିଲା । ହେଲେ ଶିଶୁଟି ଏହାକୁ ସହ୍ୟ କରିପାରିନଥିଲା । ଫଳରେ ତାର ମୃତ୍ୟୁ ହୋଇଥିଲା । ଶିଶୁଟିର ମୃତ୍ୟୁ ପରେ  ଅଭିଯୁକ୍ତ ରକ୍ତରେ ଜୁଡୁବୁଡୁ ଶବଟିକୁ କପଡାରେ ଗୁଡାଇ ବୁଲୁଥିଲା । ଯାହାର ଖୁଲାସା ସେତେବେଳେ ହୋଇଥିଲା, ଯେତେବେଳେ ପିଲାଟିର ପରିଜନ ମୂର୍ତି କରି ବିଳମ୍ବିତ ରାତିରେ ଫେରିଥିଲେ ପିଲାକୁ ନଦେଖି ଖୋଜାଖୋଜି ଆରମ୍ଭ କରିଦେଇଥିଲେ ।  ଘରେ ନପାଇ ସେମାନେ ଏନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ପଡୋଶୀ ଯୁବକଙ୍କୁ ପଚରାଉଚୁରା କରିଥିଲା । ହେଲେ ସେ ଏପଟ ସେପଟ ଉତ୍ର ଦେଇଥିଲା । ଯେତେବେଳେ ତା ଘର ଯାଂଚ କରାଗଲା ପୋଲିସ ସେଠାରୁ ରକ୍ତରେ ଜୁଡୁବୁଡୁ ପିଲାଟିର ଶବକୁ କପଡାରେ ଗୁଡାଇ ଲୁଚା ଯାଇଥିବା ଦେଖିବାକୁ ପାଇଥିଲା । ଏହାପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋତବାଲୀ ଆଣିଥିଲା । ଅନ୍ୟପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଥିବା ବେଳେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking