29.4 C
Bhubaneswar
Thursday, April 18, 2024
Homeଓଡିଶାଚିକିତ୍ସାରେ ଅବହେଳା, ଆଖିବୁଜିଲା ମାସକର ଶିଶୁ

ଚିକିତ୍ସାରେ ଅବହେଳା, ଆଖିବୁଜିଲା ମାସକର ଶିଶୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ପୁଣି ଚିକିତ୍ସା ଅବହେଳାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଦୁଇଦିନ ପୂର୍ବେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ମୃତ ଶିଶୁଟି ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମର ଦିଲ୍ଲୀପ ସିଂଙ୍କ ଏକ ମାସର ଶିଶୁପୁତ୍ର ବୋଲି ଜଣାପଡିଛି । ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ଶିଶୁକୁ ଚିକିତ୍ସା ପାଇଁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।

ମାତ୍ର ଡାକ୍ତରଖାନାରେ ଶିଶୁ ବିଶେଷଜ୍ଞ ନଥିବା ଆଳ ଦେଖାଇ କାର୍ଯ୍ୟରତ କର୍ମଚାରୀମାନେ ଶିଶୁକୁ ଫେରାଇ ଦେଇଥିଲେ । ପରେ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତର ଘରୋଇ କ୍ଲିନିକରେ ଥିବା ଖବରପାଇ ଶିଶୁକୁ ପରିବାର ପକ୍ଷରୁ ସେଠାକୁ ନିଆଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ ଡାକ୍ତରଖାନା ନିଅ କହିବାରୁ ଚିକିତ୍ସାରେ ବହୁ ବିଳମ୍ବ ହୋଇଥିଲା । ଫଳରେ ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking