40.1 C
Bhubaneswar
Wednesday, April 24, 2024
Homeଓଡିଶାବିବାହ ଭୋଜି ଅନୁମତି ଲୋଡ଼ିଲେ ନେଗେଟିଭ୍ ରିପୋର୍ଟ ଜରୁରୀ

ବିବାହ ଭୋଜି ଅନୁମତି ଲୋଡ଼ିଲେ ନେଗେଟିଭ୍ ରିପୋର୍ଟ ଜରୁରୀ

ଛତ୍ରପୁର : ବାହାଘର ସକାଶେ ଅନୁମତି ମାଗିଲେ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ନାମ ତାଲିକା ପ୍ରଦାନ କରିବେ ଏବଂ ବାହାଘର ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ । ବାହାଘର ପରିବାର ବର୍ଗଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ହୋଇଥିବା ଜରୁରୀ । ସଂକ୍ରମିତ ହୋଇଥିବା ଜଣାପଡିଲେ ସେହି ବାହାଘରକୁ ଅନୁମତି ଦିଆଯିବ ନାହିଁ ବୋଲି ଅନୁଷ୍ଠିତ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି । ଯେଉଁ ବ୍ୟବସାୟୀ ପଞ୍ଚସୂତ୍ରୀ ନିୟମ ପାଳନ କରୁନାହାନ୍ତି ସେମାନଙ୍କ ଦୋକାନ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି କହିଛନ୍ତି ।
ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲାପାଳ ଜଣାଇଥିଲେ ଯେ, କୋଭିଡ ହସପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ତଥ୍ୟ ସଂଗ୍ରହ କରାଯାଇଛି । କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ, ଚିକିତ୍ସକ କିମ୍ବା କର୍ମଚାରୀ କୌଣସି ଫୋନ୍ କଲ୍ ଅବହେଳା କରନ୍ତୁ ନାହିଁ । ସମସ୍ତ ଫୋନକଲ୍ କଲ୍ ଉତ୍ତର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ରୋଗୀଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟ ନେଇ ସମସ୍ତେ କାର୍ଯ୍ୟ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ପରିବାର ବର୍ଗ ଜାଣିବା ଆବଶ୍ୟକ । ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ ସମ୍ପର୍କ ରଖି ତାଙ୍କ ସହ ଜୁମ୍ ଭିଡିଓ କଲ୍ କିମ୍ବା ଫୋନ୍ କଲ୍ କରି ତାଙ୍କ ବିଷୟରେ ପଚାରି ବୁଝନ୍ତୁ । ଅତି ଜରୁରୀ ହେଲେ ତାଙ୍କୁ ସ୍ଥାନାନ୍ତର କରି ଉଚ୍ଚ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ବ୍ରହ୍ମପୁର ସହର ଓ ଛତ୍ରପୁର ସହରରେ ଆଉ ଅତିରିକ୍ତ ଶହେ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆର୍‌ଆର୍‌ଟି କାର୍ଯ୍ୟ, ଆମ୍ବୁଲାନ୍ସ, ଟେଷ୍ଟ, ଅକ୍ସିଜେନ୍ ପରିଚାଳନା ତ୍ୱରାନ୍ୱିତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କରୋନା ଚିକିତ୍ସା ଦିଗରେ ବ୍ୟବହୃତ ସାମଗ୍ରୀ କଳାବଜାରୀ ଏବଂ ଅଧିକ ଦରରେ ବିକ୍ରି ହେଉଥିବା ପ୍ରଶାସନର ନଜରକୁ ଆସିଛି । ଏ ଦିଗରେ ଚଢଉ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ବିନା କେହି ଔଷଧ ସେବନ କରନ୍ତୁ ନାହିଁ । ଏହା ଜୀବନ ପ୍ରତି ବିପଦ । ଚିକିତ୍ସିତ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କିୟ ବାରମ୍ବାର ଫୋନ୍ କରି ଚିକିତ୍ସିତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି । ଏହିଭଳି କରିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ବ୍ୟଘାତ ସୃଷ୍ଟି ହେଉଛି । ଏଣୁ ସିମୀତ କଲ୍ ଏବଂ ସମୟ ଦେଖି ଫୋନ୍ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ଲକ୍ ଅଞ୍ଚଳର ସାମ୍ବାଦିକ ସମ୍ବାଦ ସଂଗ୍ରହ ସମୟରେ ନିଜ ପ୍ରତି ସତର୍କତା ଅବଲମ୍ବନ କରିବାପାଇଁ ଜିଲ୍ଲାପାଳ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking