32.1 C
Bhubaneswar
Thursday, March 28, 2024
Homeଓଡିଶାବିଧାନସଭା ଷ୍ଟାଣ୍ଡିଂ କମିଟି ସବୁ ସଦସ୍ୟ ନେଗେଟିଭ

ବିଧାନସଭା ଷ୍ଟାଣ୍ଡିଂ କମିଟି ସବୁ ସଦସ୍ୟ ନେଗେଟିଭ

ଭୁବନଶ୍ୱର: ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଥିବା ନେଇ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ଜୁଲାଇ ୨ ତାରିଖ ବୈଠକରେ ନୀଳଗିରି ଓ ସାଲେପୁର ବିଧାୟକ ଥିଲେ । ପରେ ୨ ବିଧାୟକ ସଂକ୍ରମିତ ବୋଲି ଜଣାପଡିବାରୁ ସ୍ୱାବ ନିଆଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ଭାଗ ନେଇଥିବା ବିଧାୟକମାନେ ଆଶ୍ୱସ୍ତ ହୋଇଛନ୍ତି । ରାଜ୍ୟରେ ଆଜି ୪୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୩୯୨କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୪୯୪ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାେବେଳ ୧୭୨ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।  ସୂଚନାଯୋଗ୍ୟ, ଆଜି ୨୩ଟି ଜିଲ୍ଲାରୁ ୪୯୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮ଚିହ୍ନଟ ହୋଇଥିବାବେଳ ଯାଜପୁରରୁ ୧୫, ବାଲେଶ୍ୱରରୁ ୨୧, ନୟାଗଡ଼ରୁ ୧୬, କେନ୍ଦ୍ରାପଡ଼ାରୁ ୧୧, ଖୋର୍ଦ୍ଧାରୁ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଞ୍ଜରୁ ୧୪, ସୁନ୍ଦରଗଡ଼ ଓ କେନ୍ଦୁଝରରୁ ୧୦, ଭଦ୍ରକରୁ ୭ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସମ୍ବଲପୁରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୯, ପୁରୀରୁ ୭ଜଣ, ବଲାଙ୍ଗୀରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ଜଗତସିଂହପୁର, ଓ ରାୟଗଡ଼ାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୧୦ ବର୍ଷର ପିଲା କଲା ଏମିତି କିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ..

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking