34.1 C
Bhubaneswar
Friday, March 29, 2024
Homeଖେଳନୀରଜ ଚୋପ୍ରାଙ୍କ ଓଡ଼ିଶା କନେକ୍ସନ୍‌

ନୀରଜ ଚୋପ୍ରାଙ୍କ ଓଡ଼ିଶା କନେକ୍ସନ୍‌

ଭୁବନେଶ୍ୱର : ଶନିବାର ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି  ନୀରଜ ଚୋପ୍ରା । କୌଣସି ଦୌଡ଼କୁଦ ପ୍ରତିଯୋଗିତାରେ ଏହା ହେଉଛି ଭାରତର ପ୍ରଥମ ଅଲିମ୍ପିକ୍ ପଦକ । ୨୦୦୮ ବେଜିଂ ଅଲିମ୍ପିକରେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଦ୍ୱିତୀୟ ଭାରତୀୟ ଭାବେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତି ସାରା ଦେଶକୁ ଗର୍ବିତ କରିଛନ୍ତି । ଏଣୁ ସମଗ୍ର ଦେଶବାସୀ ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି । ତେବେ ନୀରଜଙ୍କ ଏହି ସଫଳତା ପଛରେ ଓଡ଼ିଶା କନେକ୍ସନ ରହିଛି । ଯାହାକୁ ବର୍ତ୍ତମାନ ରାଜ୍ୟସାରା ଚର୍ଚ୍ଚା । ୨୦୧୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ରେ ନୀରଜ ସ୍ୱର୍ଣ୍ଣ ଜିତିଥିଲେ । ଏଣୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପ୍ରତି ତାଙ୍କର ଦୁର୍ବଳତା ରହିଛି ।

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ଖେଳାଳିଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଠାରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ନୀରଜଙ୍କ ସମେତ ସାଥୀ ଖେଳାଳି ପ୍ରାୟ ୨ ମାସ ଧରି ଭୁବନେଶ୍ୱରରେ ରହି ଏହି ତାଲିମ୍ ଶିବିରରେ ଅଭ୍ୟାସ ଜାରି ରଖିଥିଲେ । ଚଳିତ ବର୍ଷ ଫେବୃଆରୀ ୧୩ ତାରିଖରେ ନୀରଜ କଳିଙ୍ଗ ଷ୍ଟାଡିୟମ୍‌ରୁ ଅଭ୍ୟାସର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ସେ ହର୍ଡଲ ଉପରେ ଉଚ୍ଚଡିଆଁ ମାରୁଥିବାର ନଜର ଆସିଥିଲେ ।

କଳିଙ୍ଗ ଷ୍ଟାଡିୟମ୍‌ରେ ବେଶ ଭଲ ତାଲିମ୍ ଚାଲିଥିବା ଏବଂ  ଏବେ କିଛି କଡ଼ା  ମୁକାବିଲାକୁ ଅପେକ୍ଷା ବୋଲି ସେ କ୍ୟାପ୍ସନରେ ଲେଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଭିଡିଓକୁ ଟ୍ୱିଟ୍‌କରି ଖୁସିବ୍ୟକ୍ତ କରିଥିଲେ । ଏପରିକି ଏହି ୨ ମାସର ରହଣୀ ଭିତରେ ଓଡ଼ିଶା ସରକାରଙ୍କ ସହଯୋଗ, କଳିଙ୍ଗ ଷ୍ଟାଡିୟମ୍‌ର ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସୁବିଧାର ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ନୀରଜ ଏବଂ ସାଥୀ ଖେଳାଳି । ଆଜି ତାଙ୍କର ସଫଳତାରେ ଓଡ଼ିଶା ସହଭାଗୀ ହୋଇଥିବାରୁ ସମଗ୍ର ରାଜ୍ୟବାସୀ ଖୁସିବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking