27.1 C
Bhubaneswar
Saturday, March 30, 2024
Homeଦେଶ ବିଦେଶନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ

ନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନାମାଙ୍କନ ଭରିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ   । ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ବରିଷ୍ଟ ନେତାଙ୍କ ଗହଣରେ ନାମାଙ୍କନ ଦାଖଲ କରିଛନ୍ତି ଦୈାପଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ସଭାପତି ଜେପି ନଡ୍ଡା ଉପସ୍ଥିତ ରହିଥିଲେ । ଏହା ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏ ନେତା ଉପସ୍ଥିତ ରହିଥିଲେ । ରାଜ୍ୟ ବିଜେପିର ୧୦ ବିଧାୟକ ଙ୍କ ସହ ବିଜେଡିରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିଥିଲେ । ଦ୍ରୈାପଦୀଙ୍କ ପାଇଁ ପ୍ରଥମ ପ୍ରସ୍ତାବକ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।  ଦ୍ରୌପଦୀ ମୁର୍ମୁ  ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତକାର ସମୟରେ ଦ୍ରୌପଦୀଙ୍କ ରାଜନୈତିକ କୃତିତ୍ୱକୁ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କର ରାଷ୍ଟ୍ରପତି ପ୍ରାର୍ଥିତ୍ୱକୁ ଦେଶର ସବୁ ଶ୍ରେଣୀର ଲୋକେ ସ୍ୱାଗତ କରିଥିବା ମୋଦୀ କହିଛନ୍ତି । ସମାଜର ତୃଣମୂଳସ୍ତରରେ ଥିବା ସମସ୍ୟା ଏବଂ ଦେଶର ସର୍ବାଙ୍ଗୀନ ବିକାଶକୁ ନେଇ ଦ୍ରୌପଦୀଙ୍କ ଚିନ୍ତାଧାରା ବାସ୍ତବିକ୍ ପ୍ରଶଂସନୀୟ ବୋଲି ମୋଦୀ ଟ୍ୱିଟ୍କରି କହିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀଭାବେ ଜୁନ୍ ୧୮ରେ ନାମ ଘୋଷଣା ହେବାପରେ ମୋଦୀ କହିଥିଲେ ଯେ ଦ୍ରୌପଦୀ ଜଣେ ଉତ୍ତମ ରାଷ୍ଟ୍ରପତି ହେବେ । ଦ୍ରୌପଦୀ ଗୁରୁବାର ଭୁବନେଶ୍ୱରରୁ ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିବାପରେ ଏୟାରପୋର୍ଟରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ଦିଲ୍ଲୀ ବିଜେପି ଶାଖା ସଭାପତି ଆଦେଶ ଗୁପ୍ତା, ସାଂସଦ ମନୋଜ ତିୱାରୀଙ୍କ ସମେତ ଏକାଧିକ ବିଜେପି ନେତା ଅନ୍ତର୍ଭୁକ୍ତ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ବାସଭବନରେ ଦ୍ରୌପଦୀଙ୍କ ନାମାଙ୍କନ ପତ୍ର ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପ୍ରକ୍ରିୟାରେ ଅତିକମରେ ୫୦ ଜଣ ବିଧାୟକ ଓ ୫୦ ଜଣ ସାଂସଦ ପ୍ରସ୍ତାବକ ଓ ସମର୍ଥକ ରହିବା ଜରୁରୀ । ଦ୍ରୌପଦୀ ଗୁରୁବାର ସ୍ୱରାଷ୍ଟ୍ରମନ୍ତ୍ରୀ ଶାହଙ୍କୁ ଭେଟିଥିବାବେଳେ ଶାହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦ୍ରୌପଦୀଙ୍କ ନାମ ଘୋଷିତ ହେବାଫଳରେ ଆଦିବାସୀ ସଂପ୍ରଦାୟ ନିଶ୍ଚିତଭାବେ ଗର୍ବ ଅନୁଭବ କରୁଥିବେ ଏବଂ ଦ୍ରୌପଦୀଙ୍କ ପ୍ରଶାସନିକ ଓ ଲୋକସମ୍ପର୍କ ଅଭିଜ୍ଞତା ସମଗ୍ର ଦେଶ ପାଇଁ ହିତକାରକ ହେବ ବୋଲି ଶାହ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking